ବାଲିଗୁଡା ଏନଏସିର ଶେଷ ବୈଠକ:ହୋଲଡିଙ୍ଗ ଟେକ୍ସ ଉପରେ ଆଲୋଚନା

0
243

ବାଲିଗୁଡା(ସଞ୍ଜୟ କୁମାର ପାଣିଗ୍ରାହୀ) କନ୍ଧମାଳ ଜିଲ୍ଲା ବାଲିଗୁଡା ବିଜ୍ଞାପିତ ଅଞ୍ଚଳ ପରିଷଦର ଶେଷ ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ଉପଜିଲ୍ଲାପାଳ ତଥା ଏନଏସିର କାର୍ଯ୍ୟନିର୍ବାହୀ ଅଧୀକାରୀ ଡ.ଶୁଭଙ୍କର ମହାପାତ୍ର,ଅଧ୍ୟକ୍ଷ ଲୋକନାଥ ପାଢୀ,ବିଧାୟକ ପ୍ରତନିଧି ଅବନୀ କୁମାର ନାୟକ ପ୍ରମୁଖ ଉପସ୍ଥିତ ଥିଲେ । ଉକ୍ତ ବୈଠକରେ ଏନଏସିରେ ବାସିନ୍ଦାଙ୍କ ପାଇଁ ଆଗରୁ ଧାର୍ଯ୍ୟ ହୋଇଥିବା ହୋଲଡିଙ୍ଗ ଟେକ୍ସ ଉପରେ ଆଲୋଚନା ହୋଇଥିଲା ।ପୁର୍ବରୁ ଜଳ କର ବାଵଦରେ ୫ଶତକଡା,ବିଦ୍ୟୁତ କର ବାବଦରେ ୫ଶତକଡା ଓ ହୋଲଡିଙ୍ଗ କର ବାବଦରେ ୫ ଶତକଡା ସମୁଦାୟ ଉପରେ ୧୫ ଶତକଡା ଆଦାୟ କରାଯାଇଥିଲା । ଉକ୍ତ ବୈଠକରେ ଟ୍ୟାକ୍ସ କମାଇବାକୁ ନେଇ ଆଲୋଚନା ହୋଇ ଜଳକର ବାବଦରେ କିଛି ଟିକସ ନିଆଯିବ ନାହିଁ ଓ ବିଦ୍ୟୁତ କର ୫ ଶତକଡାରୁ କମାଇ ଦୁଇ ଶତକଡା କରାଯାଇଛି ଓ ହୋଲଡିଙ୍ଗ କର ୫ ଶତକଡା କୁ ୫ ଶତକଡା କରାଯିବାକୁ ନିଷ୍ପତି ନିଆଯାଇଛି । ଲୋକମାନେ ଦେବାକୁ ଥିବା ସମୁଦାୟ ୧୫ ଶତକଡା ରୁ କମାଇ ୭ଶତକଡା କରାଯାଇଛି । ଏତଦ ବ୍ୟତୀତ ଏନଏସି ର ଅନ୍ୟାନ୍ୟ ବିଷୟରେ ଆଲୋଚନା ହୋଇଛି । ଉକ୍ତ ବୈଠକରେ ଏନଏସିର ସମସ୍ତ କାଉନସିଲର ଓ କର୍ମଚାରୀ ମାନେ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here