ମୋ ପରିବାର ପକ୍ଷରୁ ସ୍ଵେଛାକୃତ ରକ୍ତଦାନ ଶିବିର

0
483

ବାଲିଗୁଡା(ସଞ୍ଜୟ କୁମାର ପାଣିଗ୍ରାହୀ) କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଟିକାବାଲି ଠାରେ ବିଜୁ ଯୁବ ଛାତ୍ର ଜନତା ଦଳର ମୋ ପରିବାର ପକ୍ଷରୁ ଏକ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି ।ଏଥିରେ ଜି.ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ ମୁଖ୍ୟ ଅତିଥିଭାବେ ଯୋଗଦେଇ ରକ୍ତ ଦାନ ମହାନ କାର୍ଯ୍ୟ ବୋଲି କହିବା ସହ ପ୍ରତ୍ୟେକ ବ୍ୟକ୍ତି ନିଜଜୀବନ କାଳ ସମୟରେ ଅନ୍ତତଃ ଥରେ ଲେଖାଏଁ ରକ୍ତଦାନ କରିବା ଦରକାର। ଫଳରେ ନିଜେ ସୁସ୍ଥ ରହିବା ସହ ଅନ୍ୟ ର ଜୀବନରକ୍ଷାରେ ମଧ୍ୟ ସହାୟକ ହୋଇପାରିବ ବୋଲି ବିଧାୟକ ଶ୍ରୀ ପ୍ରଧାନ କହିଥିଲେ।ସେହିପରି ଏହି ରକ୍ତଦାନ ଶିବିର ରେ ଜିଲ୍ଲାପରିଷଦ ଅଧ୍ୟକ୍ଷା ଆକାଂକ୍ଷା ପ୍ରଧାନ ସମ୍ମାନିତ ଅତିଥିଭାବେ ଯୋଗଦେଇ ନିଜେ ପ୍ରଥମେ ରକ୍ତ ଦାନକରି ବିଶେଷକରି ମହିଳା ରକ୍ତ ଦାତା ମାନଙ୍କୁ ଉତ୍ସାହିତ କରିଥିଲେ।ମହିଳାମାନେ ମଧ୍ୟ ସ୍ୱେଚ୍ଛାକୃତ ରକ୍ତଦାନ କରିବାଲାଗି ଆଗେଇ ଆସିବା ଉଚିତ ବୋଲି କହିଥିଲେ।ଅନ୍ୟମାନଙ୍କ ମଧ୍ୟରେ ଟିକାବାଲି ବ୍ଳକ ଚେୟାରମ୍ୟାନ ସୁଚିତ୍ରା ପ୍ରଧାନ, ପୂର୍ବତନ ଅଧ୍ୟକ୍ଷ ରୋଦନ ମଲିକ ଙ୍କ ସମେତ ଛାତ୍ର ବିଜେଡି ସଭାପତି ସୁନୀଲ ସେଠୀ,ଓ ବହୁ ଯୁବ ଛାତ୍ର ବିଜେଡି ନେତା ଓ କର୍ମୀମାନେ ଯୋଗଦେଇ ସ୍ଵେଛାକୃତ ଭାବେ ରକ୍ତ ଦାନ କରିଥିଲେ ।

LEAVE A REPLY

Please enter your comment!
Please enter your name here