ସ୍ବେଚ୍ଛାସେବୀ ସଂଘଠନ ହେଲପିଙ୍ଗ ହ୍ୟାଣ୍ଡ ଓ ନିଗମାନନ୍ଦ ଏଜୁକେସନ ସେଣ୍ଟର ପକ୍ଷରୁ ସଡକ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ

0
392

ଭଞ୍ଜନଗର(ନିଲୁ ବିଷୋୟୀ) ଗଂଜାମ ଜିଲ୍ଲା ଭଞ୍ଜନଗର ସହରରେ ଆଜି ହେଲପିଙ୍ଗ ହ୍ୟାଣ୍ଡ ପକ୍ଷରୁ ସଡକ ସୁରକ୍ଷା ସଚେତନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି | ୩୨ ତମ ଜାତୀୟ ସଡକ ସୁରକ୍ଷା ଚଳିତ ବର୍ଷ ମାସେ ଧରି ଫେବୃଆରୀ ୧୭ ତାରିଖ ପର୍ଯ୍ୟନ୍ତ ଏହି ସଡକ ସୁରକ୍ଷା ଅଭିଯାନ ପାଳନ କରାଯିବ | ଏହି ଅବସରରେ ଗଂଜାମ ଜିଲ୍ଲା ଭଞ୍ଜନଗର ସହରରେ ଥିବା ଆଞ୍ଚଳିକ ପରିବହନ ଅଧିକାରୀଙ୍କ ସହଯୋଗରେ ବାଉଁସଲୁଣ୍ଡି ବାଇପାସ ଛକ ଠାରେ ସ୍ବେଚ୍ଛାସେବୀ ସଂଗଠନ ନିଗମାନନ୍ଦ ଏଜୁକେସନ ସେଣ୍ଟର ଓ ହେଲପିଙ୍ଗ ହ୍ୟାଣ୍ଡ ପକ୍ଷରୁ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି | ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଭଞ୍ଜନଗର ଆଞ୍ଚଳିକ ପରିବହନ ଅଧିକାରୀ ଶୁଭେନ୍ଦୁ ରଞ୍ଜନ ରାୟ ଯୋଗ ଦେଇଥିଲେ | ନିଗମାନନ୍ଦ ଏଜୁକେସନ ସେଣ୍ଟର ଦ୍ୱାରା ମତାମତ ଓ ଦସ୍ତଖତ ଅଭିଯାନ , ଗାଡି ଚାଳକଙ୍କୁ ସଡକ ସୁରକ୍ଷା ନିୟମ ଉପରେ କିଛି ପ୍ରଶ୍ନ ପଚାରି ସଠିକ ଉତ୍ତରଦାତାଙ୍କୁ ପୁରସ୍କୃତ କରାଯାଇଥିଲା | ଏହାପରେ ସବୁଜ ପତାକା ଦେଖାଇ ଶ୍ରୀ ରାୟ ହେଲପିଙ୍ଗ ହ୍ୟାଣ୍ଡ ପକ୍ଷରୁ ହୋଇଥିବା ସାଇକେଲ ରାଲି କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଥିଲେ | ସେହି ଛକରେ ଯିବା ଆସିବା କରୁଥିବା ଲୋକଙ୍କୁ ସଡକ ସୁରକ୍ଷା ଉପରେ ସଚେତନ କରିବା ସହ ମୋଟରସାଇକେଲ ଗାଡି ଚାଳକ ମାନଙ୍କୁ ହେଲମେଟ ବ୍ୟବହାର କରିବା ,ଗାଡିଚାଳନା ବେଳେ ମୋବାଇଲରେ କଥା ନ ହେବା , ମଦ୍ୟପାନ କରି ଗାଡି ନ ଚଳାଇବା , ଚାରି ଚକିଆ ଯାନରେ ସିଟ ବେଲ୍ଟ ବାନ୍ଧିବା , ଓ ସମସ୍ତ ଯାନବାହନର ବୀମା କରାଇବା ନେଇ ସଚେତନ କରାଇଥିଲେ | ଯୁବକ ମାନେ ବହୁ ସଂଖ୍ୟାରେ ଏହି ସାଇକେଲ ରାଲିରେ ସାମିଲ ହୋଇ ହାତରେ ଫ୍ଲ| କାର୍ଟ ଧରି ସହର ପରିକ୍ରମା କରିବା ସହ ଥାନା ଛକ ଠାରେ ଭଞ୍ଜନଗର ପୋଲିସ ପକ୍ଷରୁ ହେଲପିଙ୍ଗ ହ୍ୟାଣ୍ଡ ସଦସ୍ୟର ମୁଖ୍ୟ ଭବାନୀ ଶଙ୍କର ପାଳ ଓ କିରଣ ବିଷୋୟୀ ଙ୍କୁ ଫୁଲତୋଡ଼ା ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା | ଏହାପରେ ବସ ଷ୍ଟାଣ୍ଡ ,ଭେଜିପୁଟ ଦେଇ ଚକରା ବିଷୋୟୀ ଛକ ଠାରେ ରାଲି ଶେଷ କରିବା ସହ ସଡକ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମକୁ ସଫଳ କରିଥିଲେ | ଏହି କାର୍ଯ୍ୟକ୍ରମରେ ସମାଜସେବୀ ଶୂଳପାଣି ଶତପଥୀ ସଂଯୋଜନା କରିଥିଲେ | ଅନ୍ୟମାନଙ୍କ ମଧ୍ୟରେ ଏମ.ଭି.ଆଇ ଲକ୍ଷ୍ମୀ ନାରାୟଣ ପଟ୍ଟନାୟକ ,ପଞ୍ଚାନନ ପାଳ , ଚିନ୍ମୟ ବେବେର୍ତ୍ତ , ବିଶ୍ୱମ୍ବର ଜେନା , ପ୍ରଶାନ୍ତ ପ୍ରଧାନ , ଅବିନାଶ ପଣ୍ଡା, ବିପିନ ପାଳ ,ପଞ୍ଚାନନ ମିଶ୍ର ,ତ୍ରିନାଥ ବେହେରା ପ୍ରମୁଖ ସହଯୋଗ କରିଥିଲେ |

LEAVE A REPLY

Please enter your comment!
Please enter your name here