ବେଲଗୁଣ୍ଠା ମିଡ଼ିଆ କ୍ଲବର ବନ୍ଧୁମିଳନ ଓ ସାଙ୍ଗଠନିକ ଆଲୋଚନା; ନିର୍ଭୀକ ଓ ନିରପେକ୍ଷ ସାମ୍ବାଦିକତା ଉପରେ ଗୁରୂତ୍ୱାରୋପ

0
404

ଭଞ୍ଜନଗର(ନିଲୁ ବିଷୋୟୀ) ଭଞ୍ଜନଗର ନିକଟ ଜାମପଲ୍ଲୀ ମା ଝାଙ୍କରେଇ ଓ ମା ରାମଚଣ୍ଡୀଙ୍କ ପୀଠରେ ବେଲଗୁଣ୍ଠା ମିଡ଼ିଆ କ୍ଲବର ବନ୍ଧୁମିଳନ ଓ ସାଙ୍ଗଠନିକ ଆଲୋଚନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବେଲଗୁଣ୍ଠା ମିଡ଼ିଆ କ୍ଲବ ଉପଦେଷ୍ଟା ତଥା ବରିଷ୍ଠ ସାମ୍ବାଦିକ ମାଗୁଣି ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବନ୍ଧୁମିଳନ କାର୍ଯ୍ୟକ୍ରମରେ ସମ୍ମାନୀତ ଅତିଥି ଭାବେ ବେଲଗୁଣ୍ଠା ଥାନାର ପ୍ରଥମ ଥାନା ଅଧିକାରୀ ସୁଦୀପ୍ତ କୁମାର ସାହୁ ଯୋଗ ଦେଇ ପୋଲିସ ଓ ସାମ୍ବାଦିକ ଉଭୟେ ପରସ୍ପର ପରିପୁରକ ଏବଂ ସୁସ୍ଥ ସମାଜ ଗଠନ ପାଇଁ ସାମ୍ବାଦିକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି କହିଥିଲେ । କାର୍ଯ୍ୟକ୍ରମର ଅନ୍ୟତମ ଅତିଥି ବେଲଗୁଣ୍ଠାର ପୂର୍ବତନ ନଗରପାଳ ଚନ୍ଦ୍ରମଣି ସାମଲ ସାମ୍ବାଦିକ ମାନେ ସମାଜର ସାମାଜିକ ସଂସ୍କାର କ୍ଷେତ୍ରରେ ଅଗ୍ରଣୀ ଭୂମିକା ଗ୍ରହଣ କରିଆସୁଛନ୍ତି ବୋଲି କହିଥଲେ । ସେହିଭଳି ଭଞ୍ଜନଗର ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଫକୀର ମୋହନ ମାଝି ,ବେଲଗୁଣ୍ଠା ଥାନା ସେକେଣ୍ଡ ଅଫିସର ପ୍ରକାଶ କୁମାର ସାହୁ, ଭଞ୍ଜନଗର ଥାନା ସେକେଣ୍ଡ ଅଫିସର ସମୀର କୁମାର ବେହେରା ,ସବଇନ୍ସପେକ୍ଟର ଟୁନା ପିଡ଼ିକା , ବେଲଗୁଣ୍ଠା ଥାନା ଏଏସଆଇ କୃଷ୍ଣ ଚନ୍ଦ୍ର ସେଠୀ ପ୍ରମୁଖ  ଯୋଗଦେଇ ସାମ୍ବାଦିକ ମାନେ ନିରପେକ୍ଷ ଓ ନିର୍ଭୀକ ସମ୍ବାଦ ପରିବେଷଣ ସହ ସମାଜର ଅବହେଳିତ ବର୍ଗର ଲୋକଙ୍କ ସ୍ୱର ହୋଇ ପ୍ରଶାସନ ନିକଟରେ ସେମାନଙ୍କ ସମସ୍ୟା ଉପସ୍ଥାପିନ କରିବା ଆବଶ୍ୟକ ବୋଲି କହିଥିଲେ । ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ଅତିଥି ମାନେ କରୋନା କାଳରେ ନିଜ ଜୀବନକୁ ବାଜି ଲଗାଇ  ଲୋକଙ୍କ ସେବା ନିଃସ୍ୱାର୍ଥପର ଭାବରେ କରିଥିବା ଯୋଗୁଁ ମିଡ଼ିଆ କ୍ଲବ ତରଫରୁ କରୋନା ଯୋଦ୍ଧାଙ୍କୁ କୃତଜ୍ଞତା ଜ୍ଞାପନ କରାଯିବା ସହ ଧନ୍ୟବାଦ ଅର୍ପଣ କରାଯାଇଥିଲା । କାର୍ଯ୍ୟକ୍ରମ ପ୍ରାରମ୍ଭରେ ଉପସ୍ଥିତ ଅତିଥିଙ୍କୁ ମିଡ଼ିଆ କ୍ଲବ ସଭାପତି ଏଲ.ସତୀଶ ରେଡ୍ଡୀ ପୁଷ୍ପଗୁଛ ଓ ଉପଢୌକନ ଦେଇ ସ୍ୱାଗତ କରିଥିଲେ ।
ଆଗାମୀ ଦିନରେ ମିଡ଼ିଆ କ୍ଲବ ତରଫରୁ ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମ ହାତକୁ ନିଆଯିବ ବୋଲି କାର୍ଯ୍ୟକ୍ରମରେ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା । କାର୍ଯ୍ୟକ୍ରମର ଦ୍ୱିତୀୟ ପର୍ଯ୍ୟାୟରେ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିବା ବେଲଗୁଣ୍ଠା ବ୍ଲକ ନୂତନ ଗୋଷ୍ଠି ଶିକ୍ଷା ଅଧିକାରୀ ପ୍ରସନ୍ନ କୁମାର ବେହେରାଙ୍କୁ ମିଡ଼ିଆ କ୍ଲବ ତରଫରୁ କ୍ଲବ ଉପଦେଷ୍ଟା ମାଗୁଣି ମିଶ୍ର ପୁଷ୍ପଗୁଛ ଓ ଉପଢୌକନ ପ୍ରଦାନ କରି ଶୁଭେଚ୍ଛା ଜଣାଇ ସମ୍ବର୍ଦ୍ଧିତ କରିଥିଲେ । ଆଗାମୀ ଦିନରେ ବେଲଗୁଣ୍ଠା ବ୍ଲକର ଶିକ୍ଷାର ଭିତ୍ତିଭୂମି ସୁଧାର ଆଣିବା ପାଇଁ ଚେଷ୍ଟା କରିବା ସହ ଶିକ୍ଷାର ଉନ୍ନତି ପାଇଁ ଆବଶ୍ୟକ ସମସ୍ତ ପଦକ୍ଷେପ ନେବେ ବୋଲି ନୂତନ ବିଇଓ ଶ୍ରୀ ବେହେରା ମିଡ଼ିଆ କ୍ଲବ ପ୍ରତିନିଧିଙ୍କୁ ପ୍ରତିଶୃତି ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ମିଡ଼ିଆକ୍ଲବର ଉପସଭାପତି ମନୋଜ କୁମାର ଗୌଡ଼, ସମ୍ପାଦକ ନବକିଶୋର ମହାରଣା, ସହସମ୍ପାଦକ ଭାସ୍କର ସୁବୁଦ୍ଧି, ବରିଷ୍ଠ ସଭ୍ୟ ସାମ୍ବାଦିକ ମଦନ ମୋହନ ପାଢ଼ୀ, ଜିତେନ୍ଦ୍ର କୁମାର ଚୌଧୁରୀ, ସୁନୀଲ କୁମାର ପାଣିଗ୍ରାହୀ, ନିଲୁ ବିଷୋୟୀ, ଜଗନ୍ନାଥ ପ୍ରଧାନ ,ଧନଞ୍ଜୟ ପଟ୍ଟନାୟକ, କୁମାର କାର୍ତ୍ତିକେଶ୍ୱର ପ୍ରଧାନ, ପ୍ରଦୀପ ଚୌଧୁରୀ, ପଦ୍ମନିଧି ଚୌଧୁରୀ, ସନ୍ତୋଷ ଜେନା, କ୍ଲବର ଉପକମିଟି ସହଯୋଗୀ ସଭ୍ୟ ଅଖଣ୍ଡଳମଣି ପାତ୍ର ପ୍ରମୁଖ ଉପସ୍ଥିତ ରହି ସାଙ୍ଗଠନିକ ଆଲୋଚନା କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ମନ୍ଦିର ପୂଜକ ଜୟରାମ ପଣ୍ଡା ଓ ଅନ୍ୟମାନେ ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here