ମଠ ବରିଡା ଓ କନିଆରୀବାଡ଼ି ଠାରେ ଓଡିଶା ପୃଷ୍ଟି ମହୋତ୍ସବ ପାଳିତ

0
371

ବେଗୁନିଆପଡା(ଭଞ୍ଜ କିଶୋର ମହାରଣା)ଏହି ବ୍ଲକ ଅନ୍ତର୍ଗତ ଛଚିନା ପଞ୍ଚାୟତ ମଠ ବରିଡା ଅଙ୍ଗନବାଡି କେନ୍ଦ୍ର ରେ ପାଳିତ ହୋଇଯାଇଛି ଓଡିଶା ପୃଷ୍ଟି ମହୋତ୍ସବ | ଜାନୁଆରୀ 26 ମଙ୍ଗଳବାର ଠାରୁ ବ୍ଲକ ରେ ଆରମ୍ଭ ହୋଇଥିବା ଏହି ଉତ୍ସବ କୁ ବ୍ଲକ ବିଡ଼ିଓ ବେଦବର ପ୍ରଧାନ ଉଦଘାଟନ କରିଥିବା ବେଳେ, ପର୍ଯ୍ୟାୟ କ୍ରମେ ସମସ୍ତ ପଂଚାୟତ ରେ ଏହି ଉତ୍ସବ ପାଳିତ ହେଉଛି | ଓଡିଶା ଜୀବିକା ମିଶନ ପକ୍ଷରୁ ଆୟୋଜିତ ଏହି ଉତ୍ସବ ରେ ବି.ଏଲ.ଆର.ସି ବିକାଶ ଓଝା, ବି.ଏଲ.ସି ଦେବରାଜ ବେହେରା, ଏମ.ବି.କେ ଗୀତାଞ୍ଜଳି ଗୌଡ଼,ବ୍ୟାଙ୍କ ମିତ୍ର ମମତା ସେନାପତି, ଓ ପଞ୍ଚାୟତ ର ସମସ୍ତ ପ୍ରାଣୀ ମିତ୍ର ଓ କୃଷି ମିତ୍ର ଉପସ୍ଥିତ ଥିଲେ |ସେହିପରି ବୁରୁଝୁରୀ ପଞ୍ଚାୟତ ଅଧିନସ୍ଥ କନିଅରିବାଡ଼ି ଗ୍ରାମରେ ଓଡିଶା ପୃଷ୍ଟି ମହୋତ୍ସବ ପାଳିତ ହୋଇଯାଇଛି | ଏହି କାର୍ଯ୍ୟକ୍ରମ ରେ ସରପଞ୍ଚ କସ୍ତୁରୀ ପରିଡା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲା ବେଳେ ଏମ.ବି.କେ ଟିଟୁମା ଜେନା, ଜୟଶ୍ରୀ ସି.ଏଲ.ଏଫ ସ୍ୱପ୍ନା ରାଣୀ ସାହୁ ଙ୍କ ସମେତ ସମସ୍ତ ପ୍ରାଣୀ ମିତ୍ର ଓ କୃଷି ମିତ୍ର ଉପସ୍ଥିତ ଥିଲେ | ଏହି କାର୍ଯ୍ୟକ୍ରମ ରେ ମହିଳା ମାନଙ୍କ ପାଇଁ ଭିଟାମିନ ଉପରେ ସଚେତନ ଓ ବ୍ୟବହାର ସମ୍ପର୍କ ରେ ଆଲୋଚନା କରାଯାଇଥିବା ସୂଚନା ମିଳିଛି |

LEAVE A REPLY

Please enter your comment!
Please enter your name here