ଜାତୀୟ ପତାକା ଉତ୍ତୋଳନ କଲେ ଆତ୍ମନିର୍ଭର ଦିବ୍ୟାଙ୍ଗ

0
376

ହିଞ୍ଜିଳିକାଟୁ(ହିମାଂଶୁ ବେହେରା) ହିଞ୍ଜିଳିକାଟୁ ଅଞ୍ଚଳର କାର୍ଯ୍ୟରତ ସାମ୍ବାଦିକ ମାନଙ୍କ ତରଫରୁ ଆୟୋଜିତ ଗଣତନ୍ତ୍ର ଦିବସ ସମାରୋହରେ ଏକ ନିଆରା ଢଙ୍ଗ ଦେଖିବାକୁ ମିଳିଥିଲା। ଗତ ସ୍ବାଧୀନତା ଦିବସରେ ଜଣେ ଦଳିତ ରିକ୍ସା ଚାଳକଙ୍କୁ ମୁଖ୍ୟଅତିଥି କରାଯାଇ ଥିବା ବେଳେ ଚଳିତ ସାଧାରଣତନ୍ତ୍ର ଦିବସରେ ଜଣେ ଦିବ୍ୟାଙ୍ଗ ପରିବା ବ୍ୟବସାୟୀଙ୍କୁ ମୁଖ୍ୟଅତିଥି ଭାବରେ ଆମନ୍ତ୍ରଣ କରାଯାଇଥିବା ଦେଖିବାକୁ ମିଳିଥିଲା। ସ୍ଥାନୀୟ ପରିବା ବଜାରରେ ପନିପରିବା ବିକ୍ରି କରି ନିଜ ଗୁଜୁରାଣ ମେଣ୍ଟାଇବା ସହ ଅନ୍ୟ ଦୁଇ ଜଣଙ୍କୁ ରୋଜଗାରର ରାହା ପ୍ରଦାନ କରିଥିବା ଦିବ୍ୟାଙ୍ଗ ବାସୁଦେବ ଗୌଡ଼ ହିଞ୍ଜିଳିକାଟୁ କାର୍ଯ୍ୟରତ ସାମ୍ବାଦିକ ସମୂହ ଦ୍ୱାରା ଆୟୋଜିତ ଗଣତନ୍ତ୍ର ଦିବସ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ବରିଷ୍ଠ ସାମ୍ବାଦିକ ବସନ୍ତ କୁମାର ପଟ୍ଟନାୟକ ଉପଢୌକନ ପ୍ରଦାନ କରି ତାଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ସାମ୍ବାଦିକ ଆକାଶ ପଟ୍ଟନାୟକ, ସାମ୍ବାଦିକ ତଥା ଓକିଲ ସଂଘ ସଭାପତି ଦ୍ବିତୀକୃଷ୍ଣ ସାବତ, ପବିତ୍ର କୁମାର ପାତ୍ର, ସୀମାଞ୍ଚଳ ନାହାକ, ହିମାଂଶୁ ବେହେରା, କାହ୍ନୁ ଚରଣ ମହାନ୍ତି, ପ୍ରଶାନ୍ତ କୁମାର ରଣା ପ୍ରମୂଖ ଉପସ୍ଥିତ ଥିଲେ।”ଦିବ୍ୟାଙ୍ଗ ମାନେ ମଧ୍ୟ ସ୍ୱାବଲମ୍ବୀ। ଆଉ ଯେ ସ୍ୱାବଲମ୍ବୀ ରାଷ୍ଟ୍ର ଗଠନରେ ନିଶ୍ଚିତ ଭାବରେ ତା’ ଭୂମିକା ମହତ୍ତ୍ୱପୂର୍ଣ୍ଣ। ରାଷ୍ଟ୍ରର ପ୍ରଗତିରେ ସେମାନଙ୍କ ଭୂମିକାକୁ ବାଦ ଦିଆଯାଇନପାରେ। ସେମାନେ ମଧ୍ୟ ସମ୍ମାନର ଅଧିକାରୀ। ଏହି ବାର୍ତ୍ତାର ପ୍ରଚାର ପ୍ରସାର ପାଇଁ ଏହି ନିଆରା ଉଦ୍ୟମ ସମାଜରେ ଆମ ସାମାଜିକ ଜୀବନର ମାନୋନ୍ନତ୍ତି ଦିଗରେ କେତେଦୂର ଆଦୃତ ହେବ, ଭବିଷ୍ୟତ ହିଁ ତାହାର ଉତ୍ତର ଦେବ” ବୋଲି ଆକାଶ ପଟ୍ଟନାୟକ ମତବ୍ୟକ୍ତ କରିଛନ୍ତି।

LEAVE A REPLY

Please enter your comment!
Please enter your name here