ଗାୟାଗଣ୍ଡା ଓ କୋକଳବା ଠାରେ ସଡକ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ

0
406

ଭଞ୍ଜନଗର(ନିଲୁ ବିଷୋୟୀ) ଗଂଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ବ୍ଲକ ଅନ୍ତର୍ଗତ ଗାୟାଗଣ୍ଡା ଗ୍ରାମ ବିକାଶ ବିଦ୍ୟା ବିହାର ଠାରେ ୩୨ତମ ସଡକ ସୁରକ୍ଷା ସପ୍ତାହ ପାଳନ ହୋଇଯାଇଛି। କାଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଭଞ୍ଜନଗର ଆଂଚଳିକ ପରିବହନ ଅଧିକାରୀ ଶୁଭେନ୍ଧୁ ରଞ୍ଜନ ରାୟ ଯୋଗ ଦେଇ ଉପସ୍ଥିତ ଜନ ସାଧାରଣ ଓ ଛାତ୍ରଛାତ୍ରୀଙ୍କୁ ପରିବହନ ସମ୍ପର୍କିତ ବିସ୍ତ୍ରୁତ ନିୟମ ଓ ସଡକ ସୁରକ୍ଷା ଉପରେ ଆଲୋକପାତ କରିଥିଲେ। ସଂମାନିତ ଅତିଥି ଭାବେ ଗ୍ରାମ ବିକାଶ ବିଦ୍ୟା ବିହାର ଅଧ୍ୟକ୍ଷ ଉମାକାନ୍ତ ନାୟକ,ଭଞ୍ଜନଗର ମହିଳା ମହାବିଦ୍ୟାଳୟର ଅବସରପ୍ରାପ୍ତ ଲାଇବ୍ରେରୀଆନ ପଞ୍ଚାନନ ପାଳ ,ଗ୍ରାମ ବିକାଶ ମ୍ୟାନେଜର ନିର୍ମଳ ମହାନ୍ତି,ଗାୟାଗଣ୍ଡା ପରେଷ୍ଟର ମାନସ ମଲ୍ଲିକ ପ୍ରମୁଖ ଯୋଗ ଦେଇଥିଲେ। ସାମାଜିକ କର୍ମୀ ଶୂଳପାଣି ଶତପଥୀ ଉପସ୍ଥିତ ଜନସାଧାରଣ ଓ ଛାତ୍ରଛାତ୍ରୀ ମାନଙ୍କୁ ସଡକ ସୁରକ୍ଷା ଶପଥ ପାଠ କରାଇଥିଲେ। ଗ୍ରାମ ବିକାଶ ପ୍ରକଳ୍ପ ସଂଯୋଜକ ଶରତ ଚନ୍ଦ୍ର ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ। ସେହିଭଳି କୋକଳବା ଠାରେ ସରପଞ୍ଚ ନିର୍ମଳ ନାୟକଙ୍କ ଅଧ୍ୟକ୍ଷତାରେ ପଂଚାୟତ ଠାରେ ସଡକ ସୁରକ୍ଷା ସଚେତନତା ନିମନ୍ତେ ଏକ ସାଇକେଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା। ତାରସିଂ ବନାଚଳ ରେଞ୍ଜର ଆଶାଳତା ଦିଗାଲ ,ବନପାଳ ଦିଲୀପ ଦାସ ପ୍ରମୁଖ କାଯ୍ୟକ୍ରମ ରେ ଯୋଗ ଦେଇଥିଲେ। ଶୂଳପାଣି ଶତପଥୀ କାଯ୍ୟକ୍ରମକୁ ସଂଯୋଜନା କରିଥିବା ବେଳେ ପଞ୍ଚାନନ ପାଳ ଧନ୍ୟବାଦ ଅର୍ପଣ କରିଥିଲେ

LEAVE A REPLY

Please enter your comment!
Please enter your name here