ଆଜାଦ ହିନ୍ଦ ବିକାଶ ସଂଘ ପକ୍ଷରୁ ଜୀବନ ବିନ୍ଦୁ କ୍ରମରେ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ

0
297

ବ୍ରହ୍ମପୁର() ଆଜାଦ ହିନ୍ଦ ବିକାଶ ସଂଘ ପକ୍ଷରୁ ଜୀବନ ବିନ୍ଦୁ କ୍ରମରେ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ରଘୁପତି ନଗର କଲ୍ୟାଣ ମଣ୍ଡପ ପରିସରରେ ଅନୁଷ୍ଠିତ ହୋଇଯାଇଛି। ମହାନଗର ଯୁବବିଜେଡି ସମ୍ପାଦକ ନିଳାଞ୍ଚଳ ବିଶୋଇ ଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ଶିବିରକୁ ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା ମୁଖ୍ୟଅତିଥି ଭାବେ ଯୋଗ ଦେଇ ଉଦଘାଟନ କରିଥିଲେ।ବ୍ରହ୍ମପୁର ରକ୍ତଭଣ୍ଡାରରେ ରହୁଥିବା ରକ୍ତ ଅଭାବ ସମସ୍ୟା କୁ ଦୂର କରିବା ପାଇଁ ଯୁବପିଡ଼ି ଆଗକୁ ଆସି ସ୍ବେଚ୍ଛାକୃତ ଭାବେ ରକ୍ତଦାନ କରିବାକୁ ଯୁବବିଧାୟକ ଶ୍ରୀ ପଣ୍ଡା ଆହ୍ୱାନ ଦେଇଥିଲେ। ସମ୍ମାନିତ ଅତିଥି ଭାବେ ଡ଼ିଏସପି ତଥା ଭାରତ୍ତଳକ କେ.ରବି କୁମାର,ମହାନଗର ଯୁବବିଜେଡି ସଭାପତି ଅଜିତ କୁମାର ପଣ୍ଡା, ରାଜ୍ୟ ଯୁବନେତା କାହ୍ନୁ ଚରଣ ପାତ୍ର, ପୂର୍ବତନ କର୍ପୋରେଟର ରାକେଶ ସାହୁ , ସମୀର ରଞ୍ଜନ ପଟ୍ଟନାୟକ ପ୍ରମୁଖ ଯୋଗ ଦେଇ ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ। ଏହି ଅବସରରେ ୮୧ ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା। ତାପସ କୁମାର ସାହୁ, ସନ୍ଦୀପ କୁମାର ପାତ୍ର ସଞ୍ଜୟ କୁମାର ଦାସ,ରାଜ କୁମାର ପ୍ରଧାନ, ପ୍ରଭାତ କୁମାର ପଣ୍ଡା,ମନୋଜ ବିଶୋଇ,ଶଙ୍କର ରଣା, ତାରିଣୀ ପଟ୍ଟନାୟକ, ଦେବାଶିଷ ସାହୁ ପ୍ରମୁଖ ଶିବିର ପରିଚାଳନା ରେ ସହଯୋଗ କରିଥିଲେ।

LEAVE A REPLY

Please enter your comment!
Please enter your name here