ଆନ୍ଧ୍ର ଓଡ଼ିଶା ସୀମା ବିବାଦ ନେଇ ପାରଳା ଉପଜିଲ୍ଲାପାଳଙ୍କ ଠାରେ ଯୁଗ୍ମ ବୈଠକ

0
286

ପାରଳାଖେମୁଣ୍ଡି (ବସନ୍ତ କୁମାର ପଣ୍ଡା) ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ସ୍ଥିତ ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ରେ ଓଡ଼ିଶା ଓ ଆନ୍ଧ୍ରାର ସିମାନ୍ତ କୁ ନେଇ ଲାଗି ରହିଥିବା ବିବାଦ ଉପରେ ଗତ କାଲି ତଥା ବୁଧବାର ଦିନ ଏକ ଯୁଗ୍ମ ବୈଠକ ଅନୁଷ୍ଠିତ କରାଯାଇଥିଲା। ଏହି ବୈଠକରେ ଓଡ଼ିଶା ଓ ଆନ୍ଧ୍ରାର ସିମାନ୍ତ କୁ ନେଇ ଲାଗି ରହିଥିବା ବିବାଦ ଉପରେ ପାରଳାଖେମୁଣ୍ଡି ସହର ନିକଟସ୍ଥ ଆନ୍ଧ୍ର ପ୍ରଦେଶର ଲୋକେ ୧୨ଏକରରୁ ଅଧିକ ଜମି ନିଜର ଜମି କହି ସେହି ଜମିରେ ବେନିୟମ ଭାବେ ଚାଷ କରି ଫସଲ ଅମଳ କରିବାରେ ଚଲେଇଛନ୍ତି। ଯେତେବେଳେ ଅଭିଯୋଗ ଉପରେ ଅଭିଯୋଗ ଚାଲିଲା। ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ଉଭୟ ରାଜ୍ୟ ର ରଜସ୍ୟ ଅଧିକାରୀ ଙ୍କ ଉପସ୍ଥିତି ରେ ବିବାଦିୟ କ୍ଷେତ୍ର ମାପ ଯୁପ କରିଥିଲେ। ହେଲେ ବର୍ତମାନ ସୁଦ୍ଧା କୈାଣସି ସମସ୍ୟା ର ସମାଧାନ ହେଇନଥିବା ଦେଖିବାକୁ ମିଳିଛି। ଏଥିପାଇଁ ବୁଧବାର ଦିନ ଦୁଇରାଜ୍ୟ ର ତଥା ଓଡ଼ିଶାର ଗଜପତି ଜିଲ୍ଲା ର ରାଜସ୍ୱ ଅଧିକାରୀ ଓ ସିମାନ୍ତ ଆନ୍ଧ୍ର ପ୍ରଦେଶର ଶ୍ରୀକାକୁଲମ ଜିଲ୍ଲାର ରାଜସ୍ୱ ଅଧିକାରୀ ଦୁହେଁ ପାରଳାଖେମୁଣ୍ଡି ସ୍ଥିତ ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ରେ ଉପଜିଲ୍ଲାପାଳ ସଂଗ୍ରାମ କେଶରୀ ପଣ୍ଡା ଙ୍କ ଅଧ୍ୟକ୍ଷତାରେ ଏହି ଯୁଗ୍ମ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ଉଭୟ ରାଜ୍ୟ ର ପଟା ଓ ମାନଚିତ୍ର ଉପରେ ଆଲୋଚନା ହୋଇଥିଲା। ଏହାର ଫଳାଫଳ କଣ ହେବ ପରବର୍ତ୍ତୀ ସମୟରେ ଜଣାଇଦିଆଯିବ ବୋଲି ଉପ ଜିଲ୍ଲାପାଳ ସଂଗ୍ରାମ କେଶରୀ ପଣ୍ଡା ମତପ୍ରକାଶ କରିଛନ୍ତି।

LEAVE A REPLY

Please enter your comment!
Please enter your name here