ଗଜପତିରେ ୮ କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ବେଆଇନ ଗଞ୍ଜେଇ ଗଛକୁ ପୋଡି ନଷ୍ଟ କରାଗଲା

0
264

ପାରଳାଖେମୁଣ୍ଡି(ବସନ୍ତ କୁମାର ପଣ୍ଡା) ଗଜପତି ଜିଲ୍ଲାର ଆର୍ ଉଦୟଗିରି ବ୍ଲକ ଅନ୍ତର୍ଗତ କାକଟବନ୍ଧା ଗ୍ରାମ ନିକଟରେ ଜଙ୍ଗଲ ରୁ ଗତକାଲି ତଥା ୧୮/୦୧/୨୦୨୧ ଦିନ ବେଆଇନ ଭାବେ ଚାଷ କରାଯାଇଥିବା ୮ କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ଚୋରା ଗଞ୍ଜେଇ ଗଛକୁ ପୋଡି ଦିଆଯାଇଥିବା ସୂଚନା ମିଳିଛି। ଘଟଣାରୁ ପ୍ରକାଶ,ଗଜପତି ଜିଲ୍ଲାପାଳ ଅନୁପମ ସାହା,ଏସପି ତପନ କୁମାର ପଟ୍ଟନାୟକଙ୍କ ନିର୍ଦ୍ଧେଶ କ୍ରମେ ପୋଲିସ,ଅବକାରୀ,ବନ ଓ ରାଜସ୍ୱ ବିଭାଗର ମିଳିତ ଚଢାଉରେ ଗତକାଲି ପୁଣି ଏହି ଜିଲ୍ଲାର ଏକ ଦୁର୍ଗମ ଅଞ୍ଚଳରୁ ୮ କୋଟି ୮୦ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କାର ଗଞ୍ଜେଇ ଗଛକୁ ପୋଡା ଯାଇଥିଲା ଏହି ସୂଚନାକୁ ଭିତ୍ତି କରି ଆର୍‌.ଉଦୟଗିରି ଥାନାଧିକାରୀ ମମତା ନାୟକଙ୍କ ନେତୃତ୍ୱରେ ପୋଲିସ, ଅବକାରୀ,ବନ ଓ ରାଜସ୍ୱ ବିଭାଗ କର୍ମଚାରୀମାନେ ଏକକାଳୀନ ଚଢାଉ କରି ଆର୍‌.ଉଦୟଗିରି ବ୍ଲକର କାକଟବନ୍ଧା ଗ୍ରାମ ନିକଟରେ ଥିବା ଜଙ୍ଗଲରେ ପ୍ରାୟ ୪୪ ଏକରରୁ ଉର୍ଦ୍ଧ୍ୱ ଜମିରେ ବେଆଇନ ଭାବେ ଚାଷ କରିଥିବା ୮୮,ହଜାରରୁ ଉର୍ଦ୍ଧ୍ୱ ଗଞ୍ଜେଇ ଗଛକୁ ପୋଡି ନଷ୍ଟ କରାଯାଇଥିଲା । ଯାହାର ଆନୁମାନିକ ବଜାର ମୁଲ୍ୟ ୮ କୋଟି ୮୦ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ହେବ ବୋଲି ଜଣାପଡିଛି । ଏଠାରେ ଏହି ଅଞ୍ଚଳ ରେ ବାରମ୍ବାର ଗଞ୍ଜେଇ ଚାଷ ପୋଡ଼ି ନଷ୍ଟ କରାଯାଉଥିବା ସରକାରଙ୍କ ଅବଗତ କୁ ଅଣାଯାଉଛି। ଏଠାରେ ବେଆଇନ ଭାବେ ଗଞ୍ଜେଇ ଗଛ ଚାଷ କରିବା ପଛରେ ଯେଉଁ ମାନଙ୍କର ହାତ ଅଛି ଅଞ୍ଚଳରେ ଦାଇତ୍ୱ ରେ ଥିବା ବିଭାଗୀୟ ଅଧିକାରୀ ଙ୍କ ଉପରେ କ’ଣ ପାଇଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ ବୋଲି ସାଧାରଣରେ ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଥିବାର ଦେଖିବାକୁ ମିଳିଛି

ଏହି ଚଢାଉ ନୂଆଗଡ ତହସିଲଦାର ପ୍ରଫୁଲ କୁମାର କୁଜୁରୁ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ କରାଯାଇଥିଲା । ଏ ନେଇ ଆର୍‌.ଉଦୟଗିରି ଥାନାରେ କେସ ନଂ-୧୬/୨୧ ଏନଡିପିଏସ ଆକ୍ଟର ଧାରା ୨୦(କ)(ଆଇ)ରେ ମାମଲା ରୁଜୁ ହୋଇଥିବା ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here