ବହୁ ପରିମାଣର ଗୁଡଖା ଓ ସିଗାରେଟ ଜବତ

0
356

କୋଷାଗୁମୁଡା(ଯୋଗେନ୍ଦ୍ର ପ୍ରସାଦ ମହାନ୍ତି) ନବରଙ୍ଗପୁର ଜିଲ୍ଲା ନିଶା ନିବାରଣ ବିଭାଗ ଓ କୋଷାଗୁମୁଡା ସ୍ଥାନୀୟ ପୁଲିସ ର ମିଳିତ ଚଡାଉ ରେ ବହୁ ପରିମାଣର ଗୁଡଖା ଓ ସିଗାରେଟ ଜବତ କରାଯାଇଥିବା ଜଣାପଡ଼ିଛି । ମିଳିଥିବା ସୂଚନା ଅନୁଯାଇ କୋଷାଗୁମୁଡା ଅଞ୍ଚଳର ବିଭିନ୍ନ ଦୋକାନ ଗୁଡିକରେ ଆଜି ଜିଲ୍ଲା ନିଶା ନିବାରଣ ବିଭାଗ ଓ କୋଷାଗୁମୁଡା ପୁଲିସ ପକ୍ଷରୁ ଅଚାନକ ଚଡାଉ କରାଯାଇ ପ୍ରାୟ ୫୦ ହଜାର ଟଙ୍କାର ଗୁଡଖା ଓ ସିଗାରେଟ ଜବତ କରାଯାଇଥିଲା । ପ୍ରାୟ ୧୨ ଜଣ ଦୋକାନୀ ଙ୍କ ଠାରୁ ୧୪ ହଜାର ଏକ ଶହ ଟଙ୍କା ଫାଇନ ଆଦାୟ କରାଯାଇଥିବା ସୂଚନା ମିଳିଛି । ଏହି ଚଡାଉରେ ଜିଲ୍ଲା ସ୍ଥରୀୟ ଓ ସ୍ଥାନୀୟ ପୁଲିସ କର୍ମଚାରୀ ସାମିଲ ଥିଲେ ।

LEAVE A REPLY

Please enter your comment!
Please enter your name here