ମନରେଗା ଦୁର୍ନୀତି ପ୍ରତିବାଦରେ ତାରସିଂ ପଂଚାୟତ ଜବକାର୍ଡଧାରୀ ଙ୍କ ଗଣଧାରଣା

0
332

ଭଞ୍ଜନଗର(ନିଲୁ ବିଷୋୟୀ ) ଜଗନ୍ନାଥ ପ୍ରସାଦ ବ୍ଲକ ତାରସିଂଙ୍ଗ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ମନରେଗା କାର୍ଯ୍ୟରେ ଦୁର୍ନୀତି ହୋଇଥିବା ଅଭିଯୋଗ ପରେ ମଧ୍ୟ କୌଣସି ପ୍ରଶାସନିକ ଅଧିକାରୀ ଏହା ଉପରେ ଗୁରୁତ୍ଵ ଦେଉନଥିବା କାରଣରୁ ତାରସିଂ ପଞ୍ଚାୟତର ଜବକାର୍ଡ ଧାରୀ ମାନେ ପଂଚାୟତ କାର୍ଯ୍ୟାଳୟ ସମ୍ମଖରେ ୧୮ ତାରିଖ ଠାରୁ ଅନିର୍ଦିଷ୍ଟ କାଳ ପର୍ଯ୍ୟନ୍ତ ଏହି ଧାରଣାରେ ବସିଛନ୍ତି । ଏ ନେଇ ବ୍ଲକ ବିଡ଼ିଓ ଙ୍କୁ ଏକ ଲିଖିତ ଅଭିଯୋଗ ମଧ୍ୟ ଜଣାଇଛନ୍ତି। ତାରସିଂଙ୍ଗ ପଞ୍ଚାୟତ ରେ ମନରେଗା କାମରେ ମେସିନ ଲଗାଇ କାର୍ଯ୍ୟ କରାଯାଉଛି । ଆଉ କିଛି ସ୍ଥାନରେ ମୂଳରୁ କାମ ନକରି ବିଲ କରି ହରିଲଟ ହେଉଛି। ଏ ସମ୍ପର୍କ ରେ ଅଭିଯୋଗ କଲେ ମଧ୍ୟ ଫଳ ସୁନ । ବିଭିନ୍ନ ଅଧିକାରୀଙ୍କୁ ଜଣାଇଲା ପରେ ମଧ୍ୟ କିଛି କାର୍ଯ୍ୟାନୁଷ୍ଠାନ ଯାଉନଥିବାରୁ ମହାତ୍ମା ଗାନ୍ଧୀଙ୍କ ଫଟୋଚିତ୍ର ରଖି ଅଂହିସା କୁ ଆପଣାଇ ନୀରବ ଭାବେ ବସି ପ୍ରତିବାଦ ଜଣାଇଛନ୍ତି । ଅପରପକ୍ଷରେ ତାରସିଂଙ୍ଗ ପଞ୍ଚାୟତର ପ୍ରାୟ ୬ ଗୋଟି କାର୍ଯ୍ୟର ୧୫ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଉଠାଯାଇଛି ହେଲେ କୌଣସି କାର୍ଯ୍ୟ କରାଯାଇନଥିବା ଅଭିଯୋଗ ହୋଇଛି । ଆଗାମୀଦିନରେ ଆନ୍ଦୋଳନ କୁ ଆହୁରି ଜୋରଦାର କରାଯିବ ବୋଲି କୁହାଯାଇଛି ।

LEAVE A REPLY

Please enter your comment!
Please enter your name here