ବାଇକ ଡିକି ଭାଙ୍ଗି ଟଙ୍କା ଲୁଟ, ସିକ୍ୟୁରିଟ ଗାର୍ଡ ଗିରଫ

0
320

ବ୍ରହ୍ମପୁର(ପ୍ରଣୟ ପଣ୍ଡା) ବ୍ରହ୍ମପୁର ଗୋଇଲୁଣ୍ଡିସ୍ଥ କୋଲକତା ବେକେରି ସମ୍ମୁଖରେ ଥିବା ଏକ ବାଇକ ଡିକି ଭାଙ୍ଗି ୨ ଲକ୍ଷ ୬୦ ହଜାର ଲୁଟ କରିବା ଅଭିଯୋଗରେ ବୈଦ୍ୟନାଥପୁର ପୋଲିସ ଜଣେ ସିକ୍ୟୁରିଟ ଗାର୍ଡକୁ ଗତକାଲି ଗିରଫ କରିଥିବା ବେଳେ ଆଜି କୋର୍ଟ ଚାଲାଣ କରାଯାଇଥିବା ଜଣାପଡିଛି। ଘଟଣାରୁ ଜଣା ପଡିଛି ଯେ ବିପିନ ପାଳଙ୍କ ଅଭିଯୋଗ ପ୍ରକାରେ ବୈଦ୍ୟନାଥ ପୁର ପୋଲିସ କେଶ ନଂ ୧୭/୧୫-୦୧-୨୧ ପ୍ରକାରେ ଏକ ମାମଲା ରୁଜୁ କରି ଅନୁସନ୍ଧାନ ଜାରି ରଖିଥିଲେ। ଗତକାଲି ପୋଲିସ ବ୍ରହ୍ମପୁର ଆଙ୍କୁଲି ନିଗମନଗର ର ବାସୁଦେବ ସ୍ବାଇଁକୁ ଗିରଫ କରି ତାହାଠାରୁ ଦୁଇ ଲକ୍ଷ କୋଡିଏ ହଜାର ଟଙ୍କା ଜବତ କରି କରିଥିବା ବେଳେ ଆଜି ୧୮-୦୧-୨୧ ରେ କୋର୍ଟ ଚାଲାଣ କରାଯାଇଛି। ବାସୁଦେବ ସ୍ୱାଇଁ ଗିରିଶୋଲାର ଆନ୍ଧ୍ର ବ୍ୟାଙ୍କ ଏଟିଏମ ରେ ସିକ୍ୟୁରିଟ ଗାର୍ଡ ଭାବେ କାମ କରୁଥିବା ପୋଲିସ ପ୍ରକାଶ କରିଛି।

LEAVE A REPLY

Please enter your comment!
Please enter your name here