ପିକନିକ ବସ ମାଡ଼ିଗଲା, ଗୋଟିଏ ଗାଈ ମୃତ, ଦୁଇଟି ଗାଈ ଆହତ

0
307

ଖଲ୍ଲିକୋଟ(ପ୍ରଦୀପ୍ତ କୁମାର ସାହୁ) ତିନୋଟି ଗାଈ ରାସ୍ତା ପାର ହେଉଥିବା ବେଳେ ଏକ ପିକନିକ ବସ ମାଡ଼ି ଯିବାରୁ ଘଟଣା ସ୍ଥଳରେ ଗୋଟିଏ ଗାଈ ର ମୃତ୍ୟୁ ଘଟିଛି ଓ ଅନ୍ୟ ଦୁଇ ଗାଈ ଆହତ ହୋଇଛନ୍ତି ।ଖଲ୍ଲିକୋଟ ଠାରୁ ମାତ୍ର ତିନି କିଲୋମିଟର ଦୂରରେ ଥିବା ଭରସା ପେଟ୍ରୋଲ ପମ୍ପ ନିକଟରେ ଘଟିଛି ଏହି ଦୁର୍ଘଟଣା । ଆଜି ରାତି ୯ ଟା ସମୟରେ  ଗାଈ ମାନେ ରାସ୍ତା ପାର ହେଉଥିବା ବେଳେ ଏକ ପିକନିକ ବସ ଦ୍ରୁତଗତି ଆସି ସେମାନଙ୍କ ଉପରେ ମାଡି ଯାଇଥିଲା । ବସ ପଛପଟେ ଲାଗିଥିବା ବ୍ୟାନର ରେ ଧରାକୋଟ ବ୍ଲକ କାର୍ଯ୍ୟାଳୟ ର କର୍ମଚାରୀ ମାନେ ବଡ଼କୁଳ ଚିଲିକା କୂଳ ରେ ପିକନିକ ପାଇଁ ଯାଇଥିବା ଲେଖା ଯାଇଛି ବୋଲି କିଛି ପ୍ରତ୍ୟକ୍ଷଦର୍ଶୀ କହିଥିଲେ ।ତେବେ ତିନୋଟି ବସ ରେ ଧରାକୋଟ ବ୍ଲକ କର୍ମଚାରୀ ମାନେ ଯାଇଥିଲେ ।ପିକନିକ ସାରି ଫେରୁଥିବା ବେଳେ ପ୍ରଥମ ବସ ଟି ଏହି ଦୁର୍ଘଟଣା ଘଟାଇ ଚାଲିଯାଇଥିଲା । ଖବର ପାଇ ଖଲ୍ଲିକୋଟ ପୋଲିସ ପଛରେ ଆସୁଥିବା ଆଉ ଦୁଇଟି ବସ କୁ ଥାନାରେ ଅଟକ ରଖିଥିବା ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here