ନିଆଁ ଲାଗି ଧାନ ଗଦା ନଷ୍ଟ

0
464

କୋଷାଗୁମୁଡା(ଯୋଗେନ୍ଦ୍ର ପ୍ରସାଦ ମହାନ୍ତି)
ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ବ୍ଲକ କୋଡ଼ିଙ୍ଗା ପଞ୍ଚାୟତ ଅନ୍ତର୍ଗତ ଗୁଡାସାହି ଅଞ୍ଚଳ ରେ ଗତ ରାତି ନିଆଁ ଲାଗି ଏକ ଧାନ ଗଦା ସମ୍ପୂର୍ଣ୍ଣ ଜଳି ଯାଇ ସବୁ ଧାନ ନଷ୍ଟ ହୋଇଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାଇ ଯୁଗଧର ବିଶୋଇ ନାମକ ଜଣେ ଧାନ ଚାଷୀ ପ୍ରାୟ ୨ଏକର ଧାନ ଚାଷ କରି ନିଜ ଖଳା ରେ ରଖିଥିଲେ । ଆଉ କିଛି ଦିନ ପରେ ଧାନ ଅମଳ କରିଥାନ୍ତେ , କିନ୍ତୁ ଶନିବାର ରାତିରେ ହଟାତ କୌଣସି କାରଣରୁ ଉକ୍ତ ଧାନ ଗଦା ରେ ନିଆଁ ଲାଗିଗଲା । ଏହା ଦେଖି ପରିବାର ଲୋକେ ନିଆଁ ଲିଭାଇବାକୁ ବହୁତ ଚେଷ୍ଟା କରି କୋଷାଗୁମୁଡା ଅଗ୍ନିଶମ ବିଭାଗ କୁ ଖବର ଦେଇଥିଲେ । ଅଳ୍ପ ସମୟ ପରେ ଅଗ୍ନିଶମ ବିଭାଗ ଆସି ନିଆଁକୁ ଆୟତ୍ତ କରିଥିଲେ ମଧ୍ୟ ଶତକଡ଼ା ୮୦ଭାଗ ଧାନ ନଷ୍ଟ ହେଇଥିବା ଜଣାପଡିଛି । ଧାନ ନିଆଁରେ ପୋଡ଼ି ଯିବାରୁ ଯୁଗଧର ବିଶୋଇଙ୍କ ମେରୁଦଣ୍ଡ ଭାଙ୍ଗି ଯାଇଛି , କିପରି ଋଣ ପରିଷଦ କରିବେ ଆଉ କିପରି ବର୍ଷସାରା ପରିବାର ଚଳାଇବେ ସେନେଇ ଏବେ ଚାଷୀ ଜଣକ ଚିନ୍ତାରେ ଅଛନ୍ତି । ଏଣୁ ଜିଲ୍ଲା ପ୍ରଶାସନ କ୍ଷତିଗ୍ରସ୍ତ ଚାଷୀଙ୍କୁ ସରକାରୀ ସହାୟତା ଯୋଗାଇଦେବାକୁ ସାଧାରଣ ରେ ଦାବି ହେଇଛି ।

LEAVE A REPLY

Please enter your comment!
Please enter your name here