ଛତ୍ରପୁର ବାସିଙ୍କ ନିମନ୍ତେ ମିଲ୍କ ପାର୍ଲର

0
253

ଛତ୍ରପୁର() ଜିଲ୍ଲା ସଦର ମହକୁମା ଛତ୍ରପୁର ବାସିଙ୍କ ଦୁଗ୍ଧ ଜାତ ଦ୍ରବ୍ୟର ଚାହିଦା ପୁରଣ କରିବା ଏବଂ କୃଷକ ମାନଙ୍କର ଆର୍ଥିକ ସ୍ଥିତିକୁ ସୁଦ୍ରୁଢ କରିବା ସକାଶେ ମିଲ୍କ ୟୁନିଅନ୍ ପକ୍ଷରୁ ଆଉ ଏକ ମିଲ୍କ ପାର୍ଲର ଛତ୍ରପୁର ରିକାପଲ୍ଲୀ ହାଟ ନିକଟରେ ଖୋଲାଯାଇଛି । ଜିଲ୍ଲା ପ୍ରଶାସନର ସହାୟତା କ୍ରମେ ଦିଆଯାଇଥିବା ସ୍ଥାନରେ ଟାଟା ଷ୍ଟିଲ ଫାଉଣ୍ଡେସନ୍ ଦ୍ୱାରା ସ୍ଥାପିତ ହୋଇଥିବା ଏହି ପାର୍ଲରଟି ଆଜି ସର୍ବସାଧାରଣଙ୍କ ନିମନ୍ତେ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା,ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଏବଂ ବ୍ଲକ ଅଧ୍ୟକ୍ଷ ଏମ୍ ଧନଞ୍ଜୟ ରେଡ୍ଡି ପ୍ରମୁଖ ଉପସ୍ଥିତ ରହି ଏହି ଦୁଗ୍ଧ ଏଟିମ୍ କାଉଣ୍ଟରର ଉଦଗାଟନ କରିଛନ୍ତି । ଗ୍ରେଟେର ଗଞ୍ଜାମ,ଗଜପତି,ମିଲ୍କ ୟୁନିୟନ ବ୍ରହ୍ମପୁର ଦ୍ୱାରା ଦୁଗ୍ଧ ପାର୍ଲରଟି ପରିଚାଳନା କରାଯିବ । ପ୍ରକାଶ ଥାଉକି ଏଥି ପୂର୍ବରୁ ବ୍ରହ୍ମପୁର ସହରରେ ଗେଟ ବଜାର,ତୁଳସୀ ନଗର,ମହାରାଜା କୃଷ୍ଣଚନ୍ଦ୍ର ଭେଷଜ ମହାବିଦ୍ୟାଳୟ ଚିକିତ୍ସାଳୟ ଠାରେ ତିନୋଟି ଏଟିଏମ୍ ଖୋଲାଯାଇ ଦୁଗ୍ଧ ଚାହିଦାର ଆବଶ୍ୟକତାକୁ ମେଣ୍ଟାଇପାରୁଛି । ଦୈନିକ ୨୫୦୦ ଲିଟର ଠାରୁ ଆରମ୍ଭ କରି ତିନି ହଜାର ଲିଟର ପର୍ଯ୍ୟନ୍ତ ଖିର ଯୋଗାଇ ଦିଆଯାଉଛି । ଛତ୍ରପୁର ଠାରେ ଖୋଲାଯାଇଥିବା ଏହି କାଉଣ୍ଟର ଦୈନିକ ୫୦୦ ଲିଟର ଖିର ବିକ୍ରି କରିବାର କ୍ଷମତା ଏଟିଏମ୍ ରେ ରହିଛି । ଉତ୍ତମ ମାନର ଖିର ଲିଟର ପିଛା ୪୬ ଟଙ୍‌କାରେ ବିକ୍ରି ହେବ । ଏହି ପାର୍ଲର ରେ ବିକ୍ରି ହେଉଥିବା ଦୁଗ୍ଧ ସ୍ଥାନୀୟ ଚାଷୀଙ୍କ ଠାରୁ ସଂଗ୍ରହ କରାଯାଇ ଜାତୀୟ ଦୁଗ୍ଧ ବିକାଶ ବୋର୍ଡ ଏବଂ ଟାଟା ଟ୍ରଷ୍ଟର ସହ ଯୋଗରେ ଭିଟାମିନ୍ ଏ ଏବଂ ଭିଟାମିନ୍ ଡି ସହିତ ପେଷ୍ଟିଂ ହୋଇ ଦୁଗ୍ଧ ବିକ୍ରି ହେବ । ଏହା ଶରୀରର ପୃଷ୍ଠି ହୀନତାକୁ ରୋକିବା ଦିଗରେ ଅନେକ ସହାୟତା ହେବ । ଟାଟା ଷ୍ଟିଲ ଫାଉଣ୍ଡେସନ ର ଶାଖା ମୁଖ୍ୟ ରକି ମାର୍ଟିନ୍ ସହ ଯୋଗ କରିଥିଲେ । ଏହି ପାର୍ଲର ଉଦଘାଟନ ଉତ୍ସବରେ ମିଲ୍କ ୟୁନିୟନ ର ସାଧାରଣ ପରିଚାଳକ ଡଃ ବିଶ୍ୱ ରଞ୍ଜନ ତ୍ରିପାଠି , ସହକାରୀ ପରିଚାଳକ କାହ୍ନୁ ଚରଣ ପଣ୍ଡା ଙ୍କ ସମେତ ସହରର ମାନ୍ୟଗଣ୍ୟ ବ୍ୟକ୍ତି ମାନେ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here