ଖରିଡାରେ କଲ୍ୟାଣୀ ମଣ୍ଡପ ଉଦଘାଟନ

0
299

ବୁଗୁଡା(ଅନିଲ କୁମାର ମହାରଣା) ଗଞ୍ଜାମ ଜିଲ୍ଲା, ବୁଗୁଡା ବ୍ଲକ ଅନ୍ତର୍ଗତ ଅରଖପୁର ଗ୍ରାମ ପଞ୍ଚାୟତର ଖରିଡା ଗ୍ରାମରେ କଲ୍ୟାଣୀ ମଣ୍ଡପକୁ ଡିସେମ୍ବର ୩୧ ତାରଖ ଦିନ ଆସିକା ସାଂସଦ ପ୍ରମିଳା ବିଷୋୟୀ ଓ ପୋଲସରା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ଼ ଶ୍ରୀକାନ୍ତ ସାହୁ ଉଦଘାଟନ କରିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷା ମାମି ସେନାପତି, ଉପାଧ୍ୟକ୍ଷ ଟୁକୁନା ସ୍ଵାଇଁ ଯୋଗଦେଇଥିଲେ। ଅନ୍ୟାନ୍ୟ ଅତିଥିମାନେ ହେଲେ ହରିହର ବିଷୋୟୀ ଓ ଭାଜରାମ ଭୂୟାଁ। ଗ୍ରାମବାସୀମାନେ ସାଂସଦ ପ୍ରମିଳା ବିଷୋୟୀ ଓ ବିଧାୟକ ଶ୍ରୀକାନ୍ତ ସାହୁ ଓ ଅନ୍ୟ ଅତିଥି ମାନଙ୍କୁ ଏକ ବିରାଟ ପଟୁଆର ରେ ବାଜା ବଜାଇ ଓ ବନ୍ଦାପନା କରି ପାଛୋଟି ନେଇଥିଲେ।

LEAVE A REPLY

Please enter your comment!
Please enter your name here