ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜ୍ଞାପନ କଲା ଯୁବ ବିଜେଡ଼ି

0
284

ବ୍ରହ୍ମପୁର()ରାଜ୍ୟ କ୍ୟାବିନେଟ ବୈଠକରେ ୧୨ଟି ପ୍ରସ୍ତାବ ଉପରେ ମୋହର ବାଜିବା ପରେ ଆଜି ଅଜିତ କୁମାର ପଣ୍ଡାଙ୍କ ନେତୃତ୍ୱରେ ତାଳୁକା ସରକାରୀ ପୌର ପାଳିକା ବାଳିକା ଉଚ୍ଚ ବିଦ୍ୟାଳୟ ସ୍କୁଲ ଠାରେ ଯୁବ ବିଜେଡ଼ି ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ ।ଏଥିରେ ମୁଖ୍ୟ ଅତିଥି ଭାବେ ଗଂଜାମ ଜିଲ୍ଲା ବିଜେଡ଼ି ସଭାପତି ରମେଶଚନ୍ଦ୍ର ଚ୍ୟାଉ ପଟ୍ଟନାୟକ ଯୋଗ ଦେଇ ଯୁବ ବିଜେଡ଼ିଙ୍କୁ ଉତ୍ସାହିତ କରିଥିଲେ । ଯେଉଁଥିରେ ସରକାରୀ ହାଇସ୍କୁଲରେ ପଢୁଥିବା ପିଲାଙ୍କ ପାଇଁ ଇଞ୍ଜିନିୟରିଂ ଓ ମେଡିକାଲ କଲେଜରେ ନାମଲେଖାରେ ସଂରକ୍ଷଣ ପ୍ରସ୍ତାବ ମଧ୍ୟ ରହିଛି । ଗ୍ରାମଞ୍ଚଳରେ ଥିବା ମେଧାବୀ ଛାତ୍ରଛାତ୍ରୀଙ୍କ ମନରେ ଆତ୍ମବିଶ୍ୱାସ ସୃଷ୍ଟି କରିବାକୁ ଏଭଳି ନିଷ୍ପତ୍ତି ନିଆଯାଇଛି ବୋଲି କୁହାଯାଇଛି ।ଏହି ନିଷ୍ପତ୍ତି ଅନୁଯାୟୀ, ସରକାରୀ ସ୍କୁଲରେ ପଢୁଥିବା ଛାତ୍ରଛାତ୍ରୀଙ୍କୁ ଓଡ଼ିଶାର ମେଡିକାଲ ଓ ଇଞ୍ଜିନିୟରିଂ କଲେଜରେ ନାମ ଲେଖାରେ ସଂରକ୍ଷଣ ରହିବ । ଆଉ ଏହାକୁ ଆଗାମୀ ଶିକ୍ଷାବର୍ଷ ଠାରୁ ରାଜ୍ୟରେ ଲାଗୁ କରିବାକୁ ସଂକଳ୍ପ ଆଗତ ହୋଇଛି । କ୍ୟାବିନେଟରେ ଏହି ପ୍ରସ୍ତାବ ପାରିତ ହେବା ପରେ ଏହାକୁ ଚୂଡାନ୍ତ ରୂପ ଦେବାକୁ ହାଇକୋର୍ଟର ଜଣେ ଅବସରପ୍ରାପ୍ତ ବିଚାରପତିଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚ କ୍ଷମତାସମ୍ପନ୍ନ କମିଟି ଗଠନ କରାଯିବ । ଏହି କମିଟି ଆସନ୍ତା ୩ ମାସ ମଧ୍ୟରେ ଏକ ରିପୋର୍ଟ ପ୍ରଦାନ କରିବେ, ଯାହାଫଳରେ କମିଟିର ସୁପାରିଶକୁ ଆସନ୍ତା ଶିକ୍ଷାବର୍ଷରୁ ଲାଗୁ କରାଯାଇପାରିବ ।
ଡାକ୍ତରୀ ଓ ଇଞ୍ଜିନିୟରିଂ ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ସର୍ବଭାରତୀୟ ସ୍ତରରେ ନିଟ୍ ଓ ଜେଇଇ ପରୀକ୍ଷା ହେଉଥିବାରୁ ଓଡ଼ିଶାର ସରକାରୀ ସ୍କୁଲର ମେଧାବୀ ଛାତ୍ରଛାତ୍ରୀଙ୍କ ସଂଖ୍ୟା ଉପରୋକ୍ତ ପାଠ୍ୟକ୍ରମରେ ହ୍ରାସ ପାଉଛି । ଗ୍ରାମାଞ୍ଚଳରେ ଉପଯୁକ୍ତ କୋଚିଂ ସୁବିଧା ନଥିବାରୁ ଏହି ପ୍ରତିଯୋଗିତାମୂଳକ ପରୀକ୍ଷାରେ ମେଧାବୀ ଛାତ୍ରଛାତ୍ରୀ ଭଲ ପ୍ରଦର୍ଶନ କରି ପାରୁନାହାନ୍ତି । ଏପରିକି ଅତ୍ୟାଧୁନିକ କୋଚିଂ କ୍ଲାସ ଗୁଡିକ ସହରାଞ୍ଚଳରେ ଖୋଲିଥିବାରୁ ଗ୍ରାମାଞ୍ଚଳ ଛାତ୍ରଛାତ୍ରୀଙ୍କୁ ପ୍ରତିଯୋଗିତାମୂଳକ ପରୀକ୍ଷାରେ ସେତେଟା ସଫଳତା ମିଳୁନାହିଁ । ତେଣୁ ସରକାରୀ ସ୍କୁଲର ମେଧାବୀ ଛାତ୍ରଛାତ୍ରୀଙ୍କ ମନରେ ଆତ୍ମବିଶ୍ୱାସ ସୃଷ୍ଟି କରିବା ପାଇଁ ଏଭଳି ପଦକ୍ଷେପ ନିଆଯାଇଛି । ଏହାପୂର୍ବରୁ ବିଜେଡିର ରାଜ୍ୟ ପରିଷଦ ବୈଠକରେ ଏହି ପ୍ରସ୍ତାବ ପାରିତ ହୋଇଥିଲା ।
ଆଜିର ଏହି କାଯ୍ୟକ୍ରମ ରେ ଯୁବ ସଭାପତିଙ୍କ ସମେତ ପୁର୍ବତନ କୋରପରେଟର ଆର୍ ମୁରଲୀମୋହନ,ରାକେଶ ସାହୁ,ପି ଆସରାଣି,ତେଜସ୍ଵାମୀ,ରାଜେଶ୍ୱର ବେହେରା,ଦଣ୍ଡପାଣି ନାୟକ ଆଇ ଟି ସେଲ କୋଡିନେଟର ଅସିତ ସାବତ,ରାଜ୍ୟ ଯୁବ ବିଜେଡି ସମ୍ପାଦକ ମୁକୁନ୍ଦ ଗୌଡ, ଟି ଗୋପି ଭଗବାନ ସାହୁ, ଏସ୍ ଖଲିଲ ,ବି ଦୁର୍ଗା ରାଓ,ଦୂର୍ଗା ପଣ୍ଡl, ଅବନୀ ବେହେରା ସୁର୍ଯ୍ୟକାନ୍ତ ସୁବୁଦ୍ଧି,ଜିଲ୍ଲା ଯୁବ ବିଜେଡ଼ି ସଭାପତି ଲକ୍ଷ୍ମଣ ଚୌଧୁରୀ,ତେଜେଶ୍ୱର ସ୍ଵାମୀ, ସୁଧl ସ୍ଵାମୀ, ବିଜୟ ସାମଲ, ନେତାଜୀ ପାତ୍ର, ଧିରେସ ସାବତ, ଖାଦର ବେଗ, ପ୍ରଦୀପ ବେହେରା, ବାବୁଲା ଦାସ, ପିଙ୍କୁ ସାବତ, ସୀମାଞ୍ଚଳ ସାହୁ, ପ୍ରଭାତ ସାହୁ,ଗୌରବ ସେଠୀ,ଅନୀଲ କୁମାର ଚୌଧୁରୀ, ମଧୁସୂଦନ, ଅଶ୍ୱିନୀ ପଟ୍ଟନାୟକ, ଜିତେନ୍ଦ୍ର ସାହୁ,କୃଷ୍ଣ ରେଡ୍ଡୀ, ରୋଶନ ସାହୁ, ସୁଧୀର ନାୟକ, ଟି. କିଶୋର,କୈଳାଶ ବିଶୋୟୀ ଙ୍କ ସମେତ ବହୁ ବିଜେଡି କର୍ମୀ ଓ ଅଞ୍ଚଳ ବାସୀ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତିକୁ ସ୍ଵାଗତ ଜଣାଇ ଧନ୍ୟବାଦ ଜ୍ଞାପନ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜୟ ଜୟକାର କରିଥିଲେ।

LEAVE A REPLY

Please enter your comment!
Please enter your name here