କୁକୁଡ଼ାଖଣ୍ଡିରେ ବିଜେଡିର ୨୪ତମ ପ୍ରତିଷ୍ଠା ଦିବସ ପାଳନ

0
299

କୁକୁଡ଼ାଖଣ୍ଡି(ମନୋଜ କୁମାର ପାତ୍ର) ବିଜେଡି ଦଳ ପକ୍ଷରୁ ଶନିବାର ଦିନ ସାରା ରାଜ୍ୟରେ ବିଜୁ ଜନତା ଦଳର ୨୪ତମ ପ୍ରତିଷ୍ଠା ଦିବସ ପାଳନ କରାଯାଇଛି lଏହି ଅବସରରେ କୁକୁଡାଖଣ୍ଡି ବ୍ଲକ ବିଜୁ ଜନତା ଦଳ ତରଫରୁ ୨୪ ତମ ପ୍ରତିଷ୍ଠା ଦିବସ ପାଳନ ହୋଇଯାଇଛି lଏହି ପ୍ରତିଷ୍ଠା ଦିବସ ବ୍ଲକ ଅଧ୍ୟକ୍ଷ କାମାକ୍ଷା ପ୍ରସାଦ ପାତ୍ରଙ୍କ ଆନୁକୂଲ୍ୟରେ ଶନିବାର ସକାଳ ୧୦ଘଣ୍ଟା ସମୟରେ କୁକୁଡାଖଣ୍ଡି ବ୍ଲକ କାର୍ଯ୍ୟାଳୟ ପରିସରରେ ଥିବା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ଏବଂ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯିବା ସହ ପ୍ରଦୀପ ପ୍ରଜ୍ବଳନ କରି ବିଜୁ ଜନତା ଦଳର ପ୍ରତିଷ୍ଠାତା ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହାତ ମୁଠାକୁ ଟାଣ କରିବା ସହ ନୂତନ ଓଡ଼ିଶାର ପ୍ରଗତି ଏବଂ ଉନ୍ନତି ଦିଗରେ ସହଯୋଗ କରିବାକୁ ଉପସ୍ଥିତ ଥିବା ସମସ୍ତ ଦଳୀୟ କର୍ମୀ ସଂକଳ୍ପ ନେଇଥିଲେ ।ଏହି ଅବସରରେ ବିଜେଡିର ବ୍ଲକ ସଭାପତି ସନ୍ତୋଷ ଚୌଧୁରୀ,ବ୍ଲକ ସରପଞ୍ଚ ସଙ୍ଘ ସଭାପତି ସାରଥି ଗୌଡ଼,ରାଜ୍ୟ ଯୁଗ୍ମ ସମ୍ପାଦକ କୈଳାଶ ରଣା, ବ୍ଲକ ଯୁବ ସଭାପତି ରାଧା ମୋହନ ସେଠି, ଭିନ୍ନକ୍ଷମ ନେତା କେ.ମଣିବାବୁ,ଜିଲ୍ଲା ପରିଷଦ ସଭ୍ୟା ନିରୂପମା ପାତ୍ର,ସରପଞ୍ଚ ହାଡୁବନ୍ଧୁ ବେହେରା,ଉମା ସାମଲ,ଏ. ଚେନେୟା,ପ୍ରଦୀପ ମଲଣା,ନିରଞ୍ଜନ ମହାନ୍ତି,ଏମ୍ .ବିସିକେସନ, କରୁଣାକର ପାଣିଗ୍ରାହୀ,ରବୀନ୍ଦ୍ର ମହାରଣା,ପ୍ରଶାନ୍ତ ସ୍ବାଇଁ, ହିମାଂଶୁ ପାଢ଼ୀ,ବଶିଷ୍ଠ ଜେନା,ଟି. ମିନତୀ ପାତ୍ର,ମିନତୀ ବେହେରା, ଉଷା ଦାସ, ଗୀତା ଦାସ, ବିଷ୍ଣୁପ୍ରିୟା ପାତ୍ର,ସୀତା ରାଉଳ, ଟୁକୁନା ପାଣିଗ୍ରାହୀ,ଗୋବିନ୍ଦ ଗୌଡ଼,ପୁଷ୍ପାଞ୍ଜଳି ମଲ୍ଲିକ, ପିଙ୍କି ଦାସ,ସସ୍ମିତା ପଣ୍ଡା,ମୀରା ସାହୁ,ପ୍ରଭାତି ପଟନାୟକ,ଜ୍ୟୋଚନ୍ନା ସାହୁ,କାନଂହୁ ପାତ୍ର,ସଞ୍ଜୟ ସାହୁଙ୍କ ସମେତ ଦଳୀୟ କର୍ମୀମାନେ ଉପସ୍ଥିତ ଥିଲେ।ଆଜିର ଏହି ପ୍ରତିଷ୍ଠାତା ଦିବସରେ ଭିନ୍ନକ୍ଷମ ନେତା କେ. ମଣିବାବୁଙ୍କୁ ରାଜ୍ୟ ଯୁଗ୍ମ ସମ୍ପାଦକ କୈଳାଶ ରଣା ସମ୍ବର୍ଦ୍ଧନା କରିଥିଲେ।

LEAVE A REPLY

Please enter your comment!
Please enter your name here