ଆଖୁ ଜମିରେ ଅଗ୍ନିକାଣ୍ଡ,ଫସଲ ନଷ୍ଟ ସହ ଚିନ୍ତାରେ ଚାଷୀ

0
299

ବେଗୁନିଆପଡା(ଭଞ୍ଜ କିଶୋର ମହାରଣା) ଆଜି ଅପରାହ୍ନ ପାଖାପାଖି 3ଟା ସମୟରେ ଗଞ୍ଜାମ ଜିଲ୍ଲା କୋଦଳା ତହସିଲ ଅନ୍ତର୍ଗତ କୁମ୍ଭାର ଗାଁ ଶାଳିଆ କେନାଲ ପାର୍ଶ୍ଵ ଆଖୁ କିଆରୀରେ କୌଣସି କାରଣରୁ ନିଆଁ ଲାଗି ପାଣୁ ସ୍ୱାଇଁ ଙ୍କ ତିନି ଏକର ଓ କିଶୋର ଚନ୍ଦ୍ର ପାଢ଼ୀଙ୍କ ଦୁଇ ଏକର ଆଖୁ ପୋଡି ନଷ୍ଟ ହୋଇଯାଇଛି । ଅଗ୍ନିଶମ ବିଭାଗ ପହଁଚିଲା ବେଳକୁ ସ୍ଥାନୀୟ ଲୋକେ ନିଆଁ କୁ ଠେଙ୍ଗା ରେ ବାଡେଇ, ପାଣି ଢାଳି ନିଆଁକୁ ଆୟତ୍ତ କୁ ଆଣିଥିଲେ । ଏ ନେଇ ଷଣ୍ଢମୂଳ ଆର ଆଇ ଙ୍କୁ ଯୋଗାଯୋଗ କରିବାରେ, ଯଦିଓ ପ୍ରଶାସନିକ ନିୟମ ଅନୁସାରେ ଆଖୁ ପୋଡି ନେଇ କୌଣସି ସହାୟତା ରାଶି ନାହିଁ କିନ୍ତୁ ପୋଡି ହୋଇଥିବା ସମସ୍ତ ତଥ୍ୟକୁ ଉପରିସ୍ଥ ଅଧିକାରୀ ଙ୍କ ଦୃଷ୍ଟି ଆକର୍ଷଣ କରିବେ ବୋଲି ଜଣାଇଥିଲେ । କ୍ଷତିଗ୍ରସ୍ତ ଚାଷୀଙ୍କୁ ସହାୟତା ପ୍ରଦାନ ନିମନ୍ତେ ଗ୍ରାମବାସୀ ଦାବୀ କରିଛନ୍ତି ।

LEAVE A REPLY

Please enter your comment!
Please enter your name here