ଦିଲ୍ଳୀର ଐତିହାସିକ କୃଷକ ଆନ୍ଦୋଳନରେ ଶହୀଦ ହୋଇଥିବା ୩୩ ଜଣ ଯୋଦ୍ଧାଙ୍କୁ ବ୍ରହ୍ମପୁରରେ ଶ୍ରଦ୍ଧାଞ୍ଜଳି

0
320

ବ୍ରହ୍ମପୁର()ମୋଦୀ ସରକାର ଆଣିଥିବା ଜନବିରୋଧୀ ତଥା ଚାଷୀ ବିରୋଧୀ 3ଟି କୃଷି ଆଇନକୁ ପ୍ରତ୍ୟାହାର କରିବା ଦାବିରେ ଦେଶବ୍ୟାପୀ ଅଭୂତପୂର୍ବ କୃଷକ ଆନ୍ଦୋଳନ ମୁଣ୍ଡ ଟେକିଛି । ଦିଲ୍ଲୀରେ ଦୀର୍ଘ୨୫ ଦିନ ଧରି ଚାଲିଥିବା ଆନ୍ଦୋଳନରେ ଲକ୍ଷ ଲକ୍ଷ କୃଷକ ଅଂଶ ଗ୍ରହଣ କରିଥିବା ବେଳେ ଆଜି ସୁଦ୍ଧା ସେଥିରେ ୩୩ ଜଣ ଶହୀଦ ହୋଇଛନ୍ତି । ତେବେ ଏତେ ଦିନ ଧରି କୃଷକମାନଙ୍କ ଆନ୍ଦୋଳନ ସତ୍ତ୍ୱେ କର୍ପୋରେଟ୍ ସପକ୍ଷବାଦୀ କେନ୍ଦ୍ର ସରକାରଙ୍କ ନିଦ ଭାଙ୍ଗୁ ନାହିଁ । ବରଂ ସରକାର ଓ ବିଜେପି ନେତାମାନେ ଏହି ଐତିହାସିକ ଆନ୍ଦୋଳନକୁ ଦୁର୍ବଳ ଓ ଭଣ୍ଡୁର କରିବା ପାଈଁ ବିଭିନ୍ନ ଦମନ ମୂଳକ ପଦକ୍ଷେପ ଗ୍ରହଣ କରିବା ସହ ଆନ୍ଦୋଳନକୁ ବଦନାମ କରିବା ପାଇଁ ଲଗାତର ଭାବେ ଭୁଲ ପ୍ରଚାର କରୁଛନ୍ତି ।
ଆଜିର ଶ୍ରଦ୍ଧାଞ୍ଜଳି ସଭାଟି ଦେଶର ଶତାଧିକ କୃଷକ ଆନ୍ଦୋଳନମାନଙ୍କୁ ନେଇ ଗଠିତ ଅଖିଳ ଭାରତ କିଷାନ ସଂଘର୍ଷ ସମନ୍ୱୟ ସମିତି (AIKSCC)ର ଗଞ୍ଜାମ ଶାଖା ପକ୍ଷରୁ ଆୟୋଜିତ ହୋଇଥିଲା ଯେଉଁଥିରେ ଜିଲ୍ଲାର ସମସ୍ତ କୃଷକ ସଙ୍ଗଠନର ପ୍ରତିନିଧିମାନେ ଯୋଗ ଦେଇଥିଲେ ।
କିଷାନ ସଂଘର୍ଷ ସମନ୍ୱୟ ସମିତି ଗଞ୍ଜାମ ଶାଖା ପକ୍ଷରୁ କୃଷକ ନେତା ବସନ୍ତ ନନ୍ଦଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆଜିର ଏ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମରେ ଋଷିକୂଲ୍ୟା ରଇତ ମହାସଭାର ପ୍ରଫୁଲ ସାମନ୍ତରା, ଏ ଆଇ କେ ଏମ ଏସ ଜାତୀୟ ସମ୍ପାଦକ ଭାଲ ଚନ୍ଦ୍ର ଷଡ଼ଙ୍ଗୀ, ଓଡିଶା କୃଷକ ସଭାର ରାଜ୍ୟ ନେତା କୈଳାସ ଷଡ଼ଙ୍ଗୀ, ଏ ଆଇ କେ ଏସରେ ବରିଷ୍ଠ ନେତା ପ୍ରକାଶ ପାତ୍ର, ଏ ଆଇ କେ କେ ଏସ ରାଜ୍ୟ ସମ୍ପାଦକ ଶଙ୍କର ସାହୁ, ଏ ଆଇ କେ କେ ଏମ ଏସ ନେତା ପପୁନ ସାହୁଙ୍କ ସମେତ କୃଷକ ନେତା ଗୋପାଳ ପାଣିଗ୍ରାହୀ, ସୁଦର୍ଶନ ସ୍ୱାଇଁ, ସୁଶାନ୍ତ ଗୌଡ, ପି ପାର୍ବତୀ ପ୍ରମୁଖ ଶ୍ରଦ୍ଧାଞ୍ଜଳି ପ୍ରଦାନ କରିଥିଲେ । ଶ୍ରମିକ ନେତା ପ୍ରତାପ ଚୌଧୁରୀ, ଶିବାନୀ ଶଙ୍କର ମିଶ୍ର, ପ୍ରତାପ ଚନ୍ଦ୍ର ପ୍ରଧାନ, ଯୁଦ୍ଧିଷ୍ଠିର ବେହେରା, ଯୁବନେତା କାମଦେବ ନାହାକ, ସାମାଜିକ କର୍ମୀ ଲକ୍ଷ୍ମୀ ନୃସିଂହ ରଥ, ଅବନୀ ଗୟା ପ୍ରମୁଖ କୃଷକ ମାନଙ୍କ ଆନ୍ଦୋଳନ ପ୍ରତି ନିଜର ସମର୍ଥନ ଜଣାଇବା ସହ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । କେନ୍ଦ୍ର ସରକାରଙ୍କ କୃଷି ଓ କୃଷକ ବିରୋଧୀ କୃଷି କଳା ଆଇନର ସମ୍ପୂର୍ଣ୍ଣ ପ୍ରତ୍ୟାହାର ଦାବିରେ ଲଢେ଼ଇ କରି ଶହୀଦ ହୋଇଥିବା ଯୋଦ୍ଧା ମାନେ ସବୁ ଦିନ ପାଈଁ ଅମର ହୋଇ ରହିବେ ଏବଂ ସେମାନଙ୍କର ଅମ୍ଲାନ ସ୍ମୃତି ସ୍ଵର୍ଣ୍ଣ ଅକ୍ଷରରେ ଲିପିବଦ୍ଧ ହୋଇ ରହିବ. ବିଦେଶୀ ବହୁ ଜାତିକ ସଂସ୍ଥା (MNC)ଏବଂ ଦେଶୀୟ କର୍ପୋରେଟ ସଂସ୍ଥା ଆଦାନୀ ଓ ଅମ୍ବାନୀଙ୍କ ଭଳି ଧନ କୁବେରମାନଙ୍କ ଧନ ବଢାଇବା ଓ ସ୍ୱାର୍ଥ ପାଈଁ କୋଟି କୋଟି ଚାଷୀ ଓ ଜନ ସାଧାରଣଙ୍କ ସ୍ୱାର୍ଥ କୁ ଜଳଞ୍ଜଳି ଦେଇ ମୋଦୀ ସରକାରଙ୍କ ଆତ୍ମ ନିର୍ଭରଶୀଳ ଭାରତ ଗଠନର ସ୍ବପ୍ନ କେତେ ଦୂର ସଫଳ ହେବ ବୋଲି ପ୍ରଶ୍ନ କରାଯାଇଛି । ଏଣୁ କଳା ଆଇନ ତୁରନ୍ତ ପ୍ରତ୍ୟାହାର କରିବାକୁ ଦାବି କରାଯାଇଛି ନଚେତ ଏ ଆନ୍ଦୋଳନକୁ ଆଗାମୀ ଦିନରେ ବ୍ୟାପକ କରାଯିବ ବୋଲି ଚେତା ବନି ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here