ବଡଗଡ଼ ଥାନା ଇଲାକାରେ ଦୁଇ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ଗଞ୍ଜେଇ ଚାଷ ନଷ୍ଟ

0
429

ଭଞ୍ଜନଗର/ସୋରଡା(ନିଲୁ ବିଷୋୟୀ) ଗଂଜାମ ଜିଲ୍ଲା ବଡଗଡ଼ ଥାନା ପେଡିପଦର ଘାଟି ଅଂଚଳ ରେ ଲାଗିଥିବା ଗଞ୍ଜେଇ ଗଛ କୁ ଆଜି ଅବକାରୀ ଓ ପୋଲିସ ବିଭାଗର ମିଳିତ ଟିମ ପକ୍ଷରୁ ଚଢ଼ାଉ କରାଯାଇ କାଟି ସଫା କରାଯାଇଛି। ପାଖାପାଖି 60 ଏକର ଜମିରେ ଗଞ୍ଜେଇ ଚାଷ କରାଯାଇଥିବା ଜଣାପଡିଛି।ଗଂଜାମ ଜିଲ୍ଲାପାଳ ଓ ଏସପି ଙ୍କ ନିର୍ଦେଶ କ୍ରମେ ଆଜି ଏକ ସ୍ୱତନ୍ତ୍ର ଟିମ ଗଠନ କରାଯାଇଥିଲା। ଏହି ଚଢ଼ାଉ ରେ ଅବକାରୀ ବିଭାଗ,ବନ ବିଭାଗ ,ପୋଲିସ,ଗୁଇନ୍ଦା ସଂସ୍ଥା,ସ୍ଥାନୀୟ ତହସିଲଦାର ଙ୍କ ସମେତ ପାଖାପାଖି 300 କର୍ମଚାରୀମାନେ ମିଳିତ ଭାବେ ଚଢ଼ାଉ ରେ ସାମିଲ ହୋଇଥିଲେ।ସୋରଡ଼ା ବ୍ଲକ ଗୌଡ଼ଗୋଠ ପଂଚାୟତ ଅଂଚଳର ବହୁ ସ୍ଥାନରେ କରାଯାଉଥିବା ଗଞ୍ଜେଇ ଚାଷ କୁ କାଟି ପୋଡି ନଷ୍ଟ କରାଯାଇଛି। ନଷ୍ଟ କରାଯାଇଥିବା ଗଞ୍ଜେଇ ଚାଷର ଆନୁମାନିକ ମୂଲ୍ୟ 2 କୋଟିରୁ ଉର୍ଦ୍ଧ୍ବ ଟଙ୍କା ହେବ ବୋଲି କହିଛନ୍ତି ଅବକାରୀ ବିଭାଗ ଡ଼ିଏସପି ଅଭିମନ୍ୟୁ ବେହେରା।

LEAVE A REPLY

Please enter your comment!
Please enter your name here