ବେଲଗୁଣ୍ଠାରେ ପଞ୍ଚମ ଶ୍ରେଣୀ ବୃତ୍ତି ପରୀକ୍ଷା ଅନୁଷ୍ଠିତ

0
263

ବେଲଗୁଣ୍ଠା(ଶିବରାମ ଚୌଧୁରୀ) ଓଡ଼ିଶା ସରକାରଙ୍କ ବିଦ୍ୟାଳୟ ଏବଂ ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ପ୍ରକାରେ ଆଜି ବେଲଗୁଣ୍ଠା ବ୍ଲକରେ ପଞ୍ଚମ ଶ୍ରେଣୀ ଛାତ୍ର ଛାତ୍ରୀଙ୍କ ବୃତ୍ତି ପରୀକ୍ଷା- 2020 ଅନୁଷ୍ଠିତ ହୋଇଯାଇଛି I ବେଲଗୁଣ୍ଠା ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରସନ୍ନ କୁମାର ବେହେରା ଏବଂ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ରାଖଲ୍ ଚନ୍ଦ୍ର ପରମାଣିକଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ବ୍ଳକ୍ ର ତନରଡା ଆର୍ଯ୍ୟକନ୍ୟା ଗୁରୁକୂଳ ଆଶ୍ରମ, ଆମ୍ବପୁଆ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ଏବଂ ବେଲଗୁଣ୍ଠା ଜିଟି ହାଇସ୍କୁଲ୍ ଠାରେ ହୋଇଥିବା କେନ୍ଦ୍ରରେ 115 ଜଣ ଛାତ୍ର ଛାତ୍ରୀ ପରୀକ୍ଷା ଦେଇଥିଲେ I ପରୀକ୍ଷା କେନ୍ଦ୍ର ପରିଚାଳକ ଭାବେ ଯଥାକ୍ରମେ ସୂର୍ଯ୍ୟ ନାରାୟଣ ସେଠୀ,ଶଙ୍କର ନାରାୟଣ ସେଠୀ ଏବଂ ସୁଧୀର କୁମାର ସାହୁ ଦାୟିତ୍ୱ ନେଇଥିବା ବେଳେ କେନ୍ଦ୍ର ପର୍ଯ୍ୟବେକ୍ଷକ ଭାବେ କାର୍ତ୍ତିକେୟ ସେଠୀ ଦାୟିତ୍ୱ ନିର୍ବାହ କରିଥିଲେ I ପରୀକ୍ଷା କେନ୍ଦ୍ର ନିରୀକ୍ଷକ ଭାବେ ସିଆରସିସି ପ୍ରଶାନ୍ତ ପଟ୍ଟନାୟକ, ନୀଳକଣ୍ଠ ନନ୍ଦ,ସୁଧୀର ଦାସ, ସନ୍ତୋଷ ନାୟକ, ମଧୁସୂଦନ ସେଠୀ, ବିଦେଶୀ ବାଡତ୍ଯା , ପବିତ୍ର ଶତପଥି, ମୃତ୍ୟୁଞ୍ଜୟ ବେହେରା ଏବଂ ଉପ କେନ୍ଦ୍ର ପରିଚାଳକ ଭାବେ ନିକୁଞ୍ଜ ନାୟକ ଦାୟିତ୍ୱ ନିର୍ବାହ କରିଥିଲେ I ପ୍ରତ୍ୟେକ କେନ୍ଦ୍ରରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଶୃଙ୍ଖଳିତ ପରୀକ୍ଷା ପରିଚାଳନାରେ ସହଯୋଗ କରିଥିଲେ I ରାଜ୍ୟ ସରକାରଙ୍କ ସମସ୍ତ କୋଭିଡ ମାର୍ଗଦର୍ଶିକା ଅନୁଯାୟୀ ମାସ୍କ, ସାନିଟାଇଜର୍ ଏବଂ ସାମାଜିକ ଦୂରତା ରକ୍ଷା କରି ପରୀକ୍ଷା ପରିଚାଳନା କରାଯାଇଥିଲା I

LEAVE A REPLY

Please enter your comment!
Please enter your name here