ଓଡ଼ିଶା ବନାଞ୍ଚଳ ପ୍ରକଳ୍ପ -୨ ର ଅଣୁ ଯୋଜନା ପ୍ରସ୍ତୁତି

0
380

ଭଞ୍ଜନଗର/ବଡଗଡ଼(ନିଲୁ ବିଷୋୟୀ ) ଓଡ଼ିଶା ବନାଞ୍ଚଳ ପ୍ରକଳ୍ପ ଅନ୍ତର୍ଗତ ଦକ୍ଷିଣ ଘୁମୁସର ବନଖଣ୍ଡ ଅଧୀନରେ ଥିବା ବଡଗଡ଼ ବନାଞ୍ଚଳର ଶ୍ରୀରାମ ପଲ୍ଲୀ ବନ ସୁରକ୍ଷା ସମିତିରେ ଅଣୁ ଯୋଜନା ପ୍ରସ୍ତୁତି କାଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଗ୍ରାମବାସୀ ଙ୍କ ସହଭାଗୀତାରେ ବନ ସୁରକ୍ଷା ସମିତିର ସର୍ବାଙ୍ଗୀନ ବିକାଶ ଯୋଜନା ପ୍ରସ୍ତୁତି କାଯ୍ୟ କରାଯାଇଥିଲା। ଗ୍ରାମର ବିଭିନ୍ନ ସମସ୍ୟା ଚିହ୍ନଟି କରଣ ,ସମ୍ବଳ ଗୁଡିକର ଚିହ୍ନଟି କରଣ ଯଥା ଜଳ ,ଜମି,ଜଙ୍ଗଲ ଇତ୍ୟାଦିର ପରିଚାଳନା ଓ ସୁବିନିଯୋଗ , ସ୍ୱୟଂ ସହାୟକ ମହିଳାଙ୍କ ରୋଜଗାର ବୃଦ୍ଧି ଯୋଜନା, ଜଙ୍ଗଲ ବିକାଶ ଯୋଜନା,ଅନ୍ୟାନ୍ୟ ସରକାରୀ ବିଭାଗ ସହ ସମନ୍ୱୟ ରକ୍ଷା କରି ଗ୍ରାମୀଣ ବିକାଶ ଯୋଜନା ପ୍ରସ୍ତୁତ କରାଯାଇଛି।ଯାହାକି ଅଣୁ ଯୋଜନା ପ୍ରସ୍ତୁତି ପତ୍ରିକାରେ ଲିପିବଦ୍ଧ କରାଯିବା ସହ ଆଗାମୀ ଦିନ ମାନଙ୍କରେ କାଯ୍ୟକାରୀ କରିବାକୁ ଧାଯ୍ୟ କରାଯାଇଛି। ଏହି ଅବସରରେ ବନଖଣ୍ଡ ପକ୍ଷରୁ ଶୁଭ୍ରକାନ୍ତ ମିଶ୍ର, ଶୋଭନ ପଟ୍ଟନାୟକ,ବଡଗଡ଼ ବନାଞ୍ଚଳ ତରଫରୁ କରୁଣା କର ବାରିକ, ସଞ୍ଜିତ ମହାରଣା,ଅଂଶୁମାନ ଶତପଥୀ, ଚନ୍ଦନ ଜାନି,ସମୀରକାନ୍ତ ପାଢ଼ୀ, ବନପାଳ ସୁଶାନ୍ତ କୁମାର ବିଷୋୟୀ, ଭାଗୀରଥୀ ଦଳେଇ,ବୁଗୁଡା ବନାଞ୍ଚଳ ସଂଯୋଜକ ସଂଗ୍ରାମ କେଶରୀ ସାହୁ,ସ୍ବେଚ୍ଛାସେବୀ ଅନୁଷ୍ଠାନ ଲିପିକା ପକ୍ଷରୁ ଭାଗୀରଥି ପ୍ରଧାନ,ଉମା ଶଙ୍କର ନାୟକ,ରମେଶ ଚନ୍ଦ୍ର ଗୌଡ଼ ଓ ଇସ୍ପିତା ଦାସ ପ୍ରମୁଖ ଯୋଗ ଦେଇ କାଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ

LEAVE A REPLY

Please enter your comment!
Please enter your name here