ଗଞ୍ଜାମ ଜିଲ୍ଲାପାଳ ଙ୍କ କବିସୂର୍ଯ୍ୟନଗର ଗସ୍ତ

0
304

ଗଞ୍ଜାମ(ଭଞ୍ଜ କିଶୋର ମହାରଣା) ଆଜି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଅଚାନକ କବିସୂର୍ଯ୍ୟନଗର ଗସ୍ତ କରି ସହରର ବିଭିନ୍ନ ସମସ୍ୟା ଉପରେ ଗୁରୁତ୍ୱ ଦେବା ସହ ଅନେକ ନୂଆ ପ୍ରକଳ୍ପ ସମ୍ପର୍କ ରେ ଅନୁଧ୍ୟାନ କରିଥିଲେ | ମୁଖ୍ୟତଃ ସ୍ଥାନୀୟ ମର୍ଦ୍ଧରାଜ ହାଇସ୍କୁଲ ଠାରୁ ବିଦ୍ୟୁତ ବିଭାଗ ଅଫିସ ଯାଏଁ 946 ମିଟର ମୁଖ୍ୟ ରାସ୍ତା ସମ୍ପ୍ରସାରଣ ଉପରେ ଆଲୋଚନା କରି ଟ୍ରାଫିକ ସମସ୍ୟା ଦୂର ପାଇଁ ଖୁବ ଶୀଘ୍ର ପଦକ୍ଷେପ ନେବାକୁ କହିଥିବା ବେଳେ ଷ୍ଟପ ଷ୍ଟାଣ୍ଡ, ଶୌଚାଳୟ ଓ ଆହାର କେନ୍ଦ୍ର କାମ ସୋମବାର ଠାରୁ ଆରମ୍ଭ କରିବାକୁ ଏନଏସି କର୍ତ୍ତୃପକ୍ଷ ଙ୍କୁ ନିର୍ଦେଶ ଦେଇଥିବା ଜଣାଯାଇଛି |ସେହିପରି, ମାଛ, ମାଂସ,ପରିବା ବଜାର ପାଇଁ ଭେଣ୍ଡିଂ ଜୋନ କରିବା, ଗୌଡ଼ ବନ୍ଧ ର ପୁନଃରୁଦ୍ଧାର, ପାର୍କ ନିର୍ମାଣ, ମିନି ଷ୍ଟାଡିୟମ ର ଉନ୍ନତି କରଣ ପାଇଁ ଜାଗା ବୁଲି ଦେଖିବା ସହିତ ସହର ର ମୁଖ୍ୟ ଟ୍ରାଫିକ ସମସ୍ୟା କୁ ନେଇ 946 ମିଟର ରାସ୍ତା ସମ୍ପ୍ରସାରଣ ଖୁବ ଶୀଘ୍ର କରିବାକୁ ଜିଲ୍ଲାପାଳ ମତ ରଖିଥିଲେ | ଜିଲ୍ଲାପାଳ ଙ୍କ ଅନୁଧ୍ୟାନ ସମୟରେ କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ, ତହସିଲଦାର ପ୍ରକାଶ କୁମାର ମିଶ୍ର, ବିଡ଼ିଓ ବାସୁଦେବ ନାୟକ, ଏନ ଏ ସି.କାର୍ଯ୍ୟ ନିର୍ବାହୀ ଅଧିକାରୀ ଙ୍କ ସମେତ ସରକାରୀ କର୍ମଚାରୀ ଓ ସହର ବାସୀ ଉପସ୍ଥିତ ଥିଲେ |

LEAVE A REPLY

Please enter your comment!
Please enter your name here