ବିଧାୟକଙ୍କ ବେଆଇନ ସମ୍ପତ୍ତି କାରବାର ବିରୁଦ୍ଧରେ ଏସ.ଆଇ.ଟି ତଦନ୍ତ ପାଇଁ ଭିଜିଲାନ୍ସ ଏସପିଙ୍କୁ ସ୍ମାରକ ପତ୍ର

0
266

ବ୍ରହ୍ମପୁର(ନ୍ୟୁଜଏକ୍ସଟ୍ରା)ଆଜି ସୋରଡା ବ୍ଳକର ବିଭିନ୍ନ ଗ୍ରାମ ପଂଚାୟତର ଆଦିବାସୀ ଓ ଦଳିତ ଚାଷୀମାନେ ଆସି ସୋରଡା ବିଧାୟକଙ୍କ ଜମି କେଳେଙ୍କାରୀ ଏବଂ ବେଆଇନ ସମ୍ପତି କାରବାରର ଏସଆଇଟି ତଦନ୍ତ ପାଇଁ ସ୍ଥାନୀୟ ଭିଜିଲାନ୍ସ ଏସପିଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ । ସୋରଡା ବିଧାୟକ ନିଜର ତିନୋଟି ଅବଧି ମଧ୍ୟରେ ବାଦୁଆପଲ୍ଲୀ, ଗୋଛା ଏବଂ ଲବଣୀଶର ଠାରେ ଆଦିବାସୀ ଓ ଦଳିତମାନଙ୍କ ଜମିକୁ ବେଆଇନ ଦଖଲ କରିବା ସହ ଅନେକ ସରକାରୀ ଓ ଜଙ୍ଗଲ ଜମି ବି ଜବରଦଖଲ କରିଛନ୍ତି ବୋଲି ଅଭିଯୋଗ କରିଥିଲେ । ସୁରେନ୍ଦ୍ର ମଳିକ, ଭାଗିରଥୀ ନାୟକ, ମୋହନ ନାୟକଙ୍କ ନେତୄତ୍ଵରେ ଅନୁଷ୍ଠିତ ଆଜିର ଏହି କାର୍ଯ୍ୟକ୍ରମରେ ଏଆଇକେଏମଏସ୍ ନେତା ଭାଲଚନ୍ଦ୍ର ଷଡ଼ଙ୍ଗୀ, ରାଜ୍ୟ ସମ୍ପାଦକ ପ୍ରତାପ ନାୟକ, ସାମାଜିକ କର୍ମୀ ମଧୂସୁଦନ, ଶିବରାମ ସାହୁ, ଲକ୍ଷ୍ମୀ ନୃସିଂହ ରଥ, ଶ୍ରୀନିବାସ ରାଓ ପ୍ରମୁଖ ଯୋଗ ଦେଇ ସୋରଡା ବିଧାୟକଙ୍କ ଆଦିବାସୀ ଓ ଦଳିତଙ୍କ ଜମି ହଡପ, ସରକାରୀ ତଥା ଜଙ୍ଗଲ ଜମି ଜବରଦଖଲ ତଥା ବେଆଇନ ଅର୍ଥ କାରବାରର ତଦନ୍ତ କରିବାକୁ ଦାବି କରିଥିଲେ ।

LEAVE A REPLY

Please enter your comment!
Please enter your name here