ଭୁତ ସରସିଙ୍ଗି ଠାରେ ମେଗା ରକ୍ତଦାନ ଶିବିର

0
406

ବେଗୁନିଆପଡା(ଭଞ୍ଜ କିଶୋର ମହାରଣା) ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ ଭୁତ ସରସିଙ୍ଗି ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ଠାରେ କବିସୂର୍ଯ୍ୟନଗର ପୂର୍ବତନ ବିଧାୟିକା ତଥା ଖଲ୍ଲିକୋଟ ରାଣି ମା’ଙ୍କ 83ତମ ଜନ୍ମ ଦିବସ ଉପଲକ୍ଷେ ଶୁକ୍ରବାର ଦିନ ଏକ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି ।ଏହି ଶିବିରରେ 2.30 ସୁଦ୍ଧା 273 ଜଣ ରକ୍ତଦାନ ହୋଇଥିବା ବେଳେ ଏହି ଶିବିରକୁ ଆସିକା ସାଂସଦ ଶ୍ରୀମତୀ ପ୍ରମିଳା ବିଷୋୟୀ ଉଦଘାଟନ କରିଥିଲେ। ଏହି ମେଗା କାର୍ଯ୍ୟକ୍ରମରେ ଡିଆରଡିଏ ଉପସଭାପତି ସ୍ନେହଲତା ପଣ୍ଡା, ପୁରୁଷୋତ୍ତମପୁର ବ୍ଲକ ଅଧକ୍ଷ ସୂର୍ଯ୍ୟନାରାୟଣ ପଣ୍ଡା, ବିଜେଡି ନେତା ସୀତାରାମ ପାଣିଗ୍ରାହୀ, ବେଗୁନିଆପଡା ବେଜେଡି ସାଧାରଣ ସମ୍ପାଦକ ଶରତ ଚନ୍ଦ୍ର ପାଣ୍ଡୀ, ପୂର୍ବତନ ବ୍ଲକ ଅଧକ୍ଷ ଜଗନ୍ନାଥ ସେଠୀ, କବିସୂର୍ଯ୍ୟନଗର ପୂର୍ବତନ ବ୍ଲକ ଅଧ୍ୟକ୍ଷ ପିତାମ୍ବର ସେଠୀ ସମେତ ବହୁସଂଖ୍ୟାରେ ରାଣି ମା’ଙ୍କ ସୁଭେତ୍ସୁ ଉପସ୍ଥିତ ଥିଲେ l 

LEAVE A REPLY

Please enter your comment!
Please enter your name here