ସନ୍ତୋଷ ଭଲିବଲ ମ୍ୟାଚ, ଜେ. ଛଚିନା ଚାମ୍ପିଅନ

0
329

କୋଦଳା (ଭଞ୍ଜ କିଶୋର ମହାରଣା) ବେଗୁନିଆପଡା ବ୍ଲକ ଫାଶୀ ପଞ୍ଚାୟତରେ ସନ୍ତୋଷ ମେମୋରିଆଲ ଭଲିବଲ ଟୁଣ୍ଣାମେଣ୍ଟ ଆଜି ଉଦଯାପିତ ହୋଇଛି l ଏକ ଦିନଧରି ଚାଲିଥିବା ଏହି ମ୍ୟାଚରେ ୮ ଟି ଦଳ ଅଂଶଗ୍ରହଣ କରିଥିବା ବେଳେ ଫାଇନାଲ ଖେଳ ଚିଙ୍ଗୁଡ଼ିଘାଇ ଓ ଜେ. ଛଚିନା ମଧ୍ୟରେ ହୋଇଥିଲା l ଏଥିରେ ଜେ. ଛଚିନା ଦଳ ବିଜୟୀ ହୋଇଥିବା ବେଳେ ଅଥିତିମାନେ ତାଙ୍କୁ ଟ୍ରଫି ଦେଇ ସମ୍ନାନିତ କରିଥିଲେ l ଜେ. ଛଚିନା ଦଳର ମିଥୁନ ପ୍ରଧାନଙ୍କୁ ସଟ୍ ପିଚ୍ ବା ଭଲ ଖେଳାଳି ରୂପେ ବିବେଚିତ କରାଯାଇଥିଲା l ଏଥିରେ ମୁଖ୍ୟ ଅଥିତି ଭାବେ ଫାଶୀ ପଞ୍ଚାୟତର ସରପଞ୍ଚ ଶ୍ରୀ ନବୀନ ଦଳେଇ, ଗଞ୍ଜାମ ଜିଲ୍ଲା ଭଲିବଲ ମହାସଂଘର ସଦସ୍ୟା ତଥା ଶିକ୍ଷାବିତ ଶ୍ରୀ ଦନାର୍ଦନ ଆଚାରି ଓ ମାନ୍ୟଗଣ ବ୍ୟକ୍ତି ଯୋଗ ଦେଇଥିଲେ l ଗ୍ରାମର ଯୁବକମାନେ ଖେଳ ପରିଚାଳନାରେ ସହଯୋଗ କରିଥିଲେ l

LEAVE A REPLY

Please enter your comment!
Please enter your name here