ଝୁଲନ୍ତା ଶବ ଉଦ୍ଧାର

0
560

ଭଞ୍ଜନଗର/ସୋରଡା(ନିଲୁ ବିଷୋୟୀ) ଗଂଜାମ ଜିଲ୍ଲା ସୋରଡ଼ା ଥାନା ଋଷିକୂଲ୍ୟା ମହାବିଦ୍ୟାଳୟ ନିକଟରେ ଥିବା ଏକ ଘରୁ ଝୁଲନ୍ତା ଶବ ଉଦ୍ଧାର କରିଛି ସୋରଡା ପୋଲିସ। ମୃତକ ଜଣକ ହେଲେ ସୋରଡ଼ା ମଠସାହିର ସାଗର ନାୟକ । ମିଳିଥିବା ସୂଚନା ମୁତାବକ ସେ କିଛି ଦିନ ହେଲା ନିଜ ଶଶୁର ଘରେ ରହି ଆସୁଥିଲେ।ହେଲେ ଆଜି ଘର ଭିତରେ ବେକରେ ରଶି ଲଗାଇ ଝୁଲୁ ଥିବା ଅବସ୍ଥାରେ ଦେଖିଥିଲେ ପରିବାର ଲୋକେ।ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବ କୁ ଜବତ କରିବା ସହ ବ୍ୟବଛେଦ ପାଇଁ ଭଞ୍ଜନଗର ଉପଖଣ୍ଡ ମେଡିକାଲ କୁ ପଠାଇବା ସହ ଘଟଣାର ତଦନ୍ତ ଚଳାଇଛି।ମୃତ୍ୟୁର କାରଣ ବର୍ତମାନ ସୁଦ୍ଧା ଜଣା ପଡି ନଥିବା ବେଳେ ପାରିବାରିକ କଳହରୁ ସାଗର ଆତ୍ମହତ୍ୟା କରିଥିବା ଅନୁମାନ କରୁଛି ପୋଲସ।

LEAVE A REPLY

Please enter your comment!
Please enter your name here