ଅବସରପ୍ରାପ୍ତ ଆଦର୍ଶ ବିଞ୍କାନ ଶିକ୍ଷକଙ୍କ ବିୟୋଗରେ ଶିକ୍ଷକ ମହଲରେ ଶୋକର ଛାୟା

0
302

ଛତ୍ରପୁର(ନ୍ୟୁଜଏକ୍ସଟ୍ରା)ଛତ୍ରପୁର ବ୍ଳକ ଅନ୍ତର୍ଗତ ଟାଙ୍ଗଣାପଲ୍ଲୀ ଶ୍ରୀନୀଳକଣ୍ଠେଶ୍ବର ବିଦ୍ୟାପୀଠର ଅବସରପ୍ରାପ୍ତ ଆଦର୍ଶ ବିଞ୍କାନ ଶିକ୍ଷକ ସୁସାର ନାୟକ ଦୀର୍ଘ ଦିନ ଅସୁସ୍ଥ ରହି ଚିକିତ୍ସିତ ହେଉଥିବା ସମୟରେ ପରଲୋକ ହୋଇଯାଇଛି ।ବହୁଦିନ ଧରି ସେ ମୁତ୍ରାଶ୍ରୟ ଜନିତ କ୍ୟାନସର ରୋଗରେ ଆକ୍ରାନ୍ତ ହୋଇ ମୁମ୍ବାଇରେ ଚିକିତ୍ସିତ ହୋଇ ନିଜ ବାସ ଗୃହ ଡୁରା ଠାରେ ଅବସ୍ଥାନ କରୁଥିଲେ ।ଆଜି (ରବିବାର) ସକାଳେ ଆକସ୍ମିକ ଭାବରେ ତାଙ୍କର ପରଲୋକ ହୋଇଯାଇଛି ।ସେ ଗତ 2018 ଜୁନ୍ ମାସରେ ଅବସର ଗ୍ରହଣ କରିଥିଲେ ।ସେ ଜଣେ ଆଦର୍ଶ ଓ ଛାତ୍ର ବତ୍ସଳ ଶିକ୍ଷକ ରୂପେ ନିଜକୁଡ ପ୍ରତିଷ୍ଠିତ କରାଇ ପାରି ଥିଲେ ।ତାଙ୍କର ବିୟୋଗରେ ଶିକ୍ଷକ ମହଲରେ ଶୋକର ଛାୟା ଖେଳିଯାଇଛି ।ଟାଙ୍ଗଣାପଲ୍ଲୀ ଶ୍ରୀନୀଳକଣ୍ଠେଶ୍ବର ବିଦ୍ୟାପୀଠର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ତଥା ଓଷ୍ଟା-ଗଂଜାମର ପୂର୍ବତନ ସଂପାଦକ କାମରାଜୁ ମହାରଣା ନିଜ ଅନୁଜ ପ୍ରତୀମ ସହକର୍ମୀଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରିଛନ୍ତି ।ସହକର୍ମୀ ବୃନ୍ଦ ସେନାପତି ରେଡି,ବିଷ୍ଣୁ ପ୍ରିୟା ପାଢୀ, ମୀନା କୁମାରୀ ଦାଶ, ଜୟଶ୍ରୀ ଦୋରା ,ସୁଧାକର ବଳୀ, କୈଳାଶ ବେହେରା, ପର୍ଶୁରାମ ପାତ୍ର, ସୁଦାମ ଦାସ ପ୍ରମୁଖ ଗଭୀର ଶୋକ ପ୍ରକାଶ କରି ଶୋକ ସନ୍ତପ ପରିବାରଙ୍କୁ ସମବେଦନା ଜଣାଇଛନ୍ତି । ଓଷ୍ଟା-ଗଂଜାମର ସଂପାଦକ ବିଜୟ କୁମାର ବେହେରା ଏକ ଶୋକ ବାର୍ତ୍ତା ରେ ପ୍ରକାଶ କରିଛନ୍ତି ଯେ ସ୍ବର୍ଗତ ସୁସାର ନାୟକ ଜଣେ ସରଳ,ଶାନ୍ତ ଓ ଛାତ୍ର ବତ୍ସଳ ଶିକ୍ଷକ ରୂପେ ଗଂଜାମର ଶିକ୍ଷକ ସମାଜ ମଧ୍ୟରେ ପରିଚିତ ଥିଲେ ।ତାଙ୍କର ମୃତ୍ୟୁରେ ଓଷ୍ଟା ଗଂଜାମ ଜଣେ ଦକ୍ଷ ତଥା କୃତବିଦ୍ ଶିକ୍ଷକଙ୍କୁ ହରାଇଲା।ଅନୁରୂପ ଭାବେ ବରିଷ୍ଠ ଶିକ୍ଷକ ଲକ୍ଷ୍ମୀ ନାରାୟଣ ଶତପଥୀ, କୋରା ମହାରଣା, କୋରେଶ ଚନ୍ଦ୍ର ଶତପଥୀ, ନୀଳାମ୍ବର ପଟ୍ଟନାୟକ,ଇ.କନ୍ୟା କୁମାରୀ ତଥା ଶ୍ରୀ ନୀଳକଣ୍ଠେଶ୍ବର ବିଦ୍ୟାପୀଠ ପୁରାତନ ଛାତ୍ର ସଂସଦ ତରଫରୁ ଗଭୀର ଶୋକ ପ୍ରକାଶ କରାଯାଇଛି ।

LEAVE A REPLY

Please enter your comment!
Please enter your name here