ପ୍ରଶିକ୍ଷଣ ଶିବିର ନିମନ୍ତେ ବିଜେପିର ପ୍ରସ୍ତୁତି ବୈଠକ

0
407

ହିଞ୍ଜିଳିକାଟୁ(ହିମାଂଶୁ ବେହେରା) ହିଞ୍ଜିଳି ନିର୍ବାଚନ ମଣ୍ଡଳୀର ବିଭିନ୍ନ ମଣ୍ଡଳରେ ବିଜେପିର ପ୍ରଶିକ୍ଷଣ ଶିବିରର ଆୟୋଜନ କରିବା ପାଇଁ ଶନିବାର ସ୍ଥାନୀୟ ମା ଶ୍ୟାମଳାଇ ମନ୍ଦିର ପ୍ରାଙ୍ଗଣରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଆୟୋଜିତ ଏହି ବୈଠକରେ ରାଜ୍ୟ କାର୍ଯ୍ୟକାରୀଣି ସଦସ୍ୟ ତଥା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ପ୍ରଭାରୀ ଶିଶିର ମିଶ୍ର, ବରିଷ୍ଠ ନେତା ଦେବାନନ୍ଦ ମହାପାତ୍ର, ପୂର୍ବତନ ନଗର ସଭାପତି ମାଧବ ଗୌଡ଼ ଏବଂ ଇ. ରାମା ପ୍ରସାଦ ପାତ୍ର ପ୍ରମୂଖ ମଞ୍ଚାସୀନ ଥିଲେ। ହିଞ୍ଜିଳି ନିର୍ବାଚନ ମଣ୍ଡଳୀର ସମସ୍ତ ମଣ୍ଡଳ ସଭାପତି ଏବଂ ପ୍ରମୂଖ କାର୍ଯ୍ୟକର୍ତ୍ତା ଏହି ବୈଠକରେ ଉପସ୍ଥିତ ଥିଲେ। ଆସନ୍ତା ଡିସେମ୍ବର ୨୦ ସୁଦ୍ଧା ହିଞ୍ଜିଳି ନିର୍ବାଚନ ମଣ୍ଡଳୀର ସମସ୍ତ ମଣ୍ଡଳରେ ପ୍ରଶିକ୍ଷଣ ଶିବିର ଆୟୋଜନ କରାଯିବାକୁ ସ୍ଥିର କରାଯାଇଛି।

LEAVE A REPLY

Please enter your comment!
Please enter your name here