କୁଆଡ଼େ ଗଲା ଏମ ସି ଏଲ ଓ ଗେଲ୍ ଇଣ୍ଡିଆ? ୬ ବର୍ଷ ରୁ ଉର୍ଦ୍ଧ୍ବ ହେବ ନିର୍ମାଣ ହୋଇ ପାରୁନି ବିଦ୍ୟାଳୟ ପାଇଖାନା

0
322

ବେଗୁନିଆପଡା(ଭଞ୍ଜ କିଶୋର ମହାରଣା) ଗାନ୍ଧିଜୀଙ୍କ ସ୍ଵଚ୍ଛ ଭlରତ ଅଭିଯାନ କୁ ସଫଳତାର ସହ ପାଳନ କରିବା ପାଇଁ ଦେଶ ଆଗ୍ରହୀ କିନ୍ତୁ ଯେଉଁଠି ସ୍ଵଚ୍ଛତା ଉପରେ ଶିକ୍ଷା ଦିଆଯାଏ ସେଇଠି ଆଜି ସ୍ଵଚ୍ଛତା ବାଟବଣl ହୋଇଯାଇଛି l ଏ କଥା ଜଣା ପଡିଛି ବେଗୁନିଆପଡା ଅଞ୍ଚଳର ବିଭିନ୍ନ ବିଦ୍ୟାଳୟର ପରିବେଶ ଓ ପରିସ୍ଥିତିରୁ l ଲକ୍ଷ ଲକ୍ଷ ଟଙ୍କା ବାଟମାରଣା ହୋଇ ପ୍ରକଳ୍ପ ଅଧାପନ୍ତରିଆ ହୋଇ ପଡିରହିଛି lଗଞ୍ଜାମ୍ ଜିଲ୍ଲାରେ ବିଭିନ୍ନ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ପିଲାଙ୍କ ସ୍ଵଚ୍ଛତା ସହ ପରିମଳ ବ୍ୟବସ୍ଥାକୁ ସୁଦୃଢ କରିବା ପାଇଁ ଗତ 2014 – 2015 ମସିହାରେ ମହାନଦୀ କୋଲ୍ଡ ଫିଲ୍ଡ ଲିମିଟେଡ (ଏମ୍ ସି ଏଲ୍) ଓ ଗେଲ୍ ଇଣ୍ଡିଆ ନାମକ କମ୍ପାନୀ ବେଗୁନିଆପଡ଼ା ବ୍ଲକର ୧ ଶହରୁ ଉର୍ଦ୍ଧ୍ବ ବିଦ୍ୟାଳୟକୁ ପାଇଲଟ ବିଦ୍ୟାଳୟ ଭାବେ ନେଇ ବିଦ୍ୟାଳୟ ପରିସରରେ ଶୌଚାଳୟ ନିର୍ମାଣ ପାଇଁ କାମ ଆରମ୍ଭ କରିବାର ଦୀର୍ଘ ୬ ବର୍ଷରୁ ଉର୍ଦ୍ଧ୍ୱ ସମୟ ବିତିଯାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଏହି କାମ ଅଧାପନ୍ତରିଆ ହୋଇ ରହିଥିବା ବେଳେ ଜନ ଅସନ୍ତୋଷ ବୃଦ୍ଧି ପାଇଛି l ବେଗୁନିଆପଡ଼ା ବ୍ଲକରେ ଏମ୍ ସି ଏଲ୍ ପକ୍ଷରୁ 75 ଗୋଟି ଶୌଚାଳୟ ନିର୍ମାଣ କରିବା ପାଇଁ ଆସିଥିବା ବେଳେ ଗେଲ୍ ଇଣ୍ଡିଆ ପକ୍ଷରୁ 25 ଟି ପାଇଖାନା ନିର୍ମାଣ ପାଇଁ ଅନୁଦାନ ଆସିଥିଲା l ଉକ୍ତ ଦୁଇ କମ୍ପାନୀ ତାଙ୍କ ତରଫରୁ ସୁପରଭାଇଜରଙ୍କୁ ନିଯୁକ୍ତି ଦେଇ ବିଭିନ୍ନ ବିଦ୍ୟାଳୟରେ କାମ ଆରମ୍ଭ କରିବା ପାଇଁ ସ୍ଥାନୀୟ ପେଟି କଣ୍ଟ୍ରାକ୍ଟରଙ୍କୁ ଦାୟିତ୍ଵ ଦେଇଥିଲା l ବିଡମ୍ବନାର ବିଷୟ ହେଲା ଯେ ଶୌଚାଳୟର ଛାତ୍ ପଡିବା ପରେ କେତେକ ସ୍ଥାନରେ କାମ ଅଧାପନ୍ତରିଆ ରହିଲାତ ଆଉ କେତେକ ସ୍ଥାନରେ କାନ୍ଥ ଉଠି ଅଧାପନ୍ତରିଆ ହୋଇ ରହିଲା l ଯାହାକି ଆଜି ପର୍ଯ୍ୟନ୍ତ ନିର୍ମାଣ ହୋଇପାରିଲା ନାହିଁ l ଉଦାହରଣ ଭାବେ ଏହି ବ୍ଲକ ର କେ. ବରିଡ଼ା ସ୍ଥିତ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ କୁ ଯାଇ ଦେଖିବା ବେଳକୁ ଉକ୍ତ ଶୌଚାଳୟ ଭୂତ କୋଠି ପାଲଟି ଯାଇଛି ଏବଂ ତା ଭିତରେ ସାପ ଆଉ ବିଛା ଆସ୍ଥାନ ଜମାଇଛନ୍ତି l ସମ୍ପୃକ୍ତ ବିଦ୍ୟାଳୟ ର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ପ୍ରକାଶ କରିଛନ୍ତି ଯେ ଦୀର୍ଘଦିନ ହେବ ଏହା ପରିତ୍ୟକ୍ତ ଆଉ ବିପଦ ସଙ୍କୁଳ ଅବସ୍ଥାରେ ଥିବା ବେଳେ ଉକ୍ତ କମ୍ପାନୀ ର ଦେଖା ନାହିଁ କି ଠିକାଦାରଙ୍କ ଦେଖା ମିଲୁନି l ଏହିପରି 100 ଟି ପାଇଖାନା ର ଅବସ୍ଥା ଏକାପରି ବୋଲି ସୂଚନା ମିଳିଛି l ପ୍ରତି ଗୋଟିଏ ପାଇଖାନା ନିର୍ମାଣ ପାଇଁ1. 2 ଲକ୍ଷ ଓ ଦୁଇଟି ପାଇଖାନା ସହ ଶୌଚାଳୟ ପାଇଁ 2.5 ଲକ୍ଷ ଟଙ୍କାର ଅନୁଦାନ ଆସିଥିବା ସୂଚନା ମିଳିଥିବା ବେଳେ କାହିଁକି ଏହି କାମ ସରୁନାହିଁ ଓ ଏଇଥି ପାଇଁ ଦାୟୀ କିଏ ତାହା ସନ୍ଦେହ ସାପେକ୍ଷ l ଏ ସମ୍ପର୍କରେ ବେଗୁନିଆପଡ଼ା ବି ଇ ଓ କମଳା କାନ୍ତ ସାହୁଙ୍କ ସହ ଯୋଗଯୋଗ୍ କରିବାରେ ସେ ପ୍ରକାଶ କରିଛନ୍ତି ଯେ ସେ ଆସିବା ପୂର୍ବରୁ ଏହି ପ୍ରକଳ୍ପ ଚାଲିଥିଲା ଏଣୁ ସେ ଏହା ଉପରେ କିଛି ମନ୍ତବ୍ୟ ଦେଇ ପାରିବେନି l ସେ ସର୍ବଶିକ୍ଷା ଅଭିଯାନ କନିଷ୍ଠ ଯନ୍ତ୍ରୀ ଙ୍କ ସହ ଯୋଗଯୋଗ୍ କରିବା ପରେ ଜାଣିବାକୁ ପାଇଥିଲେ ଯେ ଏହି ପ୍ରକଳ୍ପ କେବଳ ଏମ୍ ସି ଏଲ୍ ଏବଂ ଗେଲ୍ ଇଣ୍ଡିଆ ଦ୍ୱାରା ନିୟୋଜିତ କର୍ମଚାରୀ ବୁଝିବେ ସେଥିରେ ବ୍ଲକ କିମ୍ବା ସର୍ବଶିକ୍ଷା ଅଭିଯାନ ର କୌଣସି ଆବଶ୍ୟକତା ନାହିଁ l ଏହା ହୋଇପାରିନାହିଁ l ଏ ସମ୍ପର୍କରେ ଏମ୍ ସି ଏଲ୍ ତରଫରୁ ନିୟୋଜିତ ଅଧିକାରୀ ସୁଦାମ ରାଉଳ ଙ୍କ ସହ ଯୋଗାଯୋଗ କରିବାରେ ସେ ପ୍ରକାଶ କରିଛନ୍ତି ଯେ ୩ ବର୍ଷ ହେବ ଏମ୍ ସି ଏଲ୍ ଆମକୁ ବହିଷ୍କାର କରିଛି, ଅର୍ଥ ଠିକରେ ମିଳିନଥିବ ଯୋଗୁଁ କାମ ଠିକ୍ ଭାବେ ହୋଇପାରିନାହିଁ, ଠିକାଦାର ମାନେ ଦାୟିତ୍ଵ ନେଇ କରିବା କଥା l ଦାୟିତ୍ଵ ରେ ଥିବା କିଛି ଠିକାଦାର ମନ ବୁଝେଇବାକୁ ଯାଇ. ପ୍ରକଳ୍ପ କାମ ହୋଇଥିବା ବିଦ୍ୟାଳୟକୁ ଯାଇ ଶିକ୍ଷକଙ୍କ ସହ ଆଲୋଚନା କରିବା ଆଳରେ ସବୁ ଦୋଷ ପ୍ରସାଶନକୁ ଦେଇ ଚାଲିଯାଉଛନ୍ତି ସିନା କୌଣସି ସୁଫଳ ମିଳୁନାହିଁ l ଦୁର୍ନୀତିକୁ ଉତ୍ପାଟନ ପାଇଁ ରାଜ୍ୟ ସରକାର 5 ଟି ଯୋଜନା କାର୍ଯ୍ୟକାରି କରିଥିବା ବେଳେ ଏ ପ୍ରକାର ଦୁର୍ନୀତିକୁ ଅନୁସନ୍ଧାନ କରି ତୁରନ୍ତ ଏହି ପାଇଖାନା କାର୍ଯ୍ୟ ସାରି ବ୍ୟବହାର ଉପଯୋଗୀ କରାଇବା ପାଇଁ ଛାତ୍ରଛାତୀ ଓ ଅଭିଭାବକ ତଥା ଗ୍ରାମବାସୀ ଦାବୀ କରିଛନ୍ତି l ସ୍ଵଚ୍ଛତାର ନକ୍ସା ଦେଖାାଇଶୌଚାଳୟ ନିର୍ମାଣ ନ କରି ଅନ୍ତର୍ଦ୍ଧାନ ହେବା ର ରହସ୍ୟ ପ୍ରଶାସନ ତଦନ୍ତ କରି ଏ ସବୁ ପ୍ରକଳ୍ପ ତୁରନ୍ତ ସାରି କାର୍ଯ୍ୟକ୍ଷମ କରିବା ପାଇଁ ଜନ ସାଧାରଣ ଦାବୀ କରିଛନ୍ତି l

LEAVE A REPLY

Please enter your comment!
Please enter your name here