ଧରାକୋଟ ପୋଲିସର ସଫଳତା ଗୋଟିଏ ଟ୍ରକ ବାଣ ଜବତ

0
458

ଆସ୍କା(ଜଗନ ପଣ୍ଡା)ରାଜ୍ୟ ସରକାର ଆସନ୍ତା ଦୀପାବଳି କୁ ଆଖି ଆଗରେ ରଖି 30 ନଭେମ୍ବର ପଯ୍ୟନ୍ତ ବାଣ ବିକ୍ରି ଓ ବାଣ ଫୁଟାଇବା ବିରୋଧରେ କଡା ନିୟମ କରିବା ପରେ ମଧ୍ୟ କେତେକ ସ୍ଥାନରେ ଲୁକା ଛପାରେ ବାଣ କାରବାର ଦେଖିବାକୁ ମିଳୁଛି।ତେଣୁ ଗଞ୍ଜାମ ପୋଲିସ ଦ୍ୱାରା ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରିରହିଥିବା ବେଳେ ଧରାକୋଟ ପୋଲିସ ଏକ ବାଣ ବୋଝେଇ ଟ୍ରକ ଜବତ କରିଥିବା ଦେଖିବାକୁ ମିଳିଛି।ଜବତ ବାଣର ଆନୁମାନିକ ମୁଲ୍ୟ ପ୍ରାୟ 50 ଲକ୍ଷରୁ ଉର୍ଦ୍ଧ୍ ହେବ ବୋଲି ଧରାକୋଟ ଥାନା ଅଧିକାରୀ ଶ୍ରୀ ସହଦେଵ ମହାପାତ୍ର ସୂଚନା ଦେଇଛନ୍ତି।କାରଣ ଜବତ ହୋଇଥିବା ଗୋଟିଏ ଗୋଟିଏ ବକ୍ସର ମୂଲ୍ୟ ପ୍ରାୟ ଏକ ଲକ୍ଷ ହୋଥିବା ଜଣା ପଢ଼ିଛି।ସୂଚନା ଥାଉକି ଏହି ବାଣ ବୋଝେଇ ଟ୍ରକଟି ଧରାକୋଟ ବ୍ଲକ ମୁଣ୍ଡମରାଇ ନିକଟରେ ଥିବା କଲେଜ ନିକଟରେ ଏକ ପାହାଡ଼ ପାଖରେ ଥିବା ସମୟରେ ଆସିକା SDPO ଙ୍କ ନେତୃତ୍ୱରେ ଧରାକୋଟ ପୋଲିସ ଜବତ କରିଛି।ଘଟଣା ସ୍ଥାଳ ରୁ ଗାଡି ଡ୍ରାଇଭର ଚମ୍ପଟ ମାରିଥିବା ବେଳେ ଡ୍ରାଇଭରକୁ ଧରିବା ପାଇଁ ପ୍ରକ୍ରିୟା ଜାରି ରହିଛି ବୋଲି ଧରାକୋଟ ଥାନା ଅଧିକାରୀ ସୂଚନା ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here