ପୁରାତନ ଛାତ୍ର ଓ ଛାତ୍ରୀ ମାନଙ୍କ ବନ୍ଧୁ ମିଳନ କାର୍ଯ୍ୟକ୍ରମ

0
471

ଜଗନ୍ନାଥ ପ୍ରସାଦ(ନିଲୁ ବିଷୋୟୀ) ଗଞ୍ଜାମ ଜିଲ୍ଲାର ଜଗନ୍ନାଥ ପ୍ରସାଦ ବ୍ଲକ ଅନ୍ତର୍ଗତ ବରଗାଁ ଧରଣୀ ଧର ଉଚ୍ଚ ବିଦ୍ୟାଳୟ ଠାରେ ପବିତ୍ର କାର୍ତ୍ତିକ ମାସ ଅବସରରେ ରବିବାର ଦିନ ପୁରାତନ ଛାତ୍ର ଓ ଛାତ୍ରୀ ମାନଙ୍କୁ ନେଇ ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ଏହି କାର୍ଯ୍ୟକ୍ରମ ରେ ଧରଣୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ କେଦାର ନାଥ ସାମଲ ଏବଂ ସମସ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀ ମାନଙ୍କ ସହିତ ସମସ୍ତ କର୍ମଚାରୀ ଯୋଗଦାନ କରି ପୁରାତନ ଛାତ୍ର ଛାତ୍ରୀ ମାନଙ୍କୁ ଉତ୍ସାହିତ କରିବା ସହିତ ବିଦ୍ୟାଳୟ ପରିସର ମଧ୍ୟରେ ପୁରାତନ ଛାତ୍ର ମାନଙ୍କ ଦ୍ଵାରା ବୃକ୍ଷ ରୋପଣ କରିବା ସହିତ ବିଦ୍ୟାଳୟ ପରିସର ସଫା କରାଯାଇଥିଲା ସ୍ୱଚ୍ଛତା ଓ ପରିଷ୍କାର ଉପରେ ଗୁରୁତ୍ୱ ଦେବା ସହିତ ଏକ ବୈଠକର ଆୟୋଜନ କରାଯାଇଥିଲା ଏହି ବୈଠକରେ ବିଦ୍ୟାଳୟ ପ୍ରଧାନ ଶିକ୍ଷକ କେଦାର ନାଥ ସାମଲ, ସହକାରୀ ଶିକ୍ଷକ ବିଶ୍ୱନାଥ ପାଢ଼ୀ, ସଂସ୍କୃତ ଶିକ୍ଷକ ଦମୟନ୍ତୀ ମିଶ୍ର, ହିନ୍ଦୀ ଶିକ୍ଷକ ଶ୍ରୀଯୁକ୍ତ ମହେଶ୍ୱର ସ୍ୱାଇଁ, କ୍ରୀଡା ଶିକ୍ଷକ ଶ୍ରୀଯୁକ୍ତ ଭଗବାନ ଗୌଡ଼, ଅଫିସ ସହାୟକ ଶ୍ରୀଯୁକ୍ତ ବିଦେଶୀ ସାହୁ ପୁରାତନ ଛାତ୍ର, ଛାତ୍ରୀ ମାନଙ୍କ ଦୀର୍ଘ ଜୀବନ କାମନା କରିବା ସହିତ ଜୀବନ ଭଲ କାମ କରି ଯଶ ଅର୍ଜନ କରିବା ନିମନ୍ତେ ପରାମର୍ଶ ପ୍ରଦାନ କରିଥିଲେ ।

LEAVE A REPLY

Please enter your comment!
Please enter your name here