ଖଲ୍ଲିକୋଟ ପଞ୍ଚାୟତ ସମିତି ସଭା ଗୃହରେ ଗଞ୍ଜାମ ଜିଲ୍ଲାପାଳଙ୍କ ସମିକ୍ଷା ବୈଠକ ଅନୁଷ୍ଠିତ

0
272

ଖଲ୍ଲିକୋଟ(ପ୍ରଦୀପ୍ତ କୁମାର ସାହୁ) ଖଲ୍ଲିକୋଟ ବ୍ଳକ ପରିସରରେ ଥିବା ସଭା ଗୃହରେ ଆଜି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଯୋଗ ଦେଇ ବିଭିନ୍ନ ଉନ୍ନୟନ କାର୍ଯ୍ୟ ଉପରେ ସମିକ୍ଷା କରିଥିଲେ। ପ୍ରତ୍ୟେକ ପଞ୍ଚାୟତର ମନରେଗା,ଜଙ୍ଗଲ, କୃଷି, ସ୍ବାସ୍ଥ୍ୟ ଓ ପରିମଳ ପ୍ରଭୃତି ବିଷୟରେ ବିଭାଗୀୟ ଅଧିକାରୀ ମାନଙ୍କ ସହ ଆଲୋଚନା କରିଥିଲେ । ଶୀତ ଋତୁର ଆରମ୍ଭ ଯୋଗୁଁ ଗଞ୍ଜାମ ଜିଲ୍ଲାରେ ଯେପରି କରୋନା ପୁଣି ନବ୍ୟାପିବ  ସେଥିପ୍ରତି ସମସ୍ତେ ସଜାଗ ରହିବା ପାଇଁ ଅନୁରୋଧ କରିବା ସହ ଆଗକୁ ଦୀପାବଳି ଥିବା ଯୋଗୁଁ ବାଣ ନଫୁଟାଇ ଦୀପ ଲଗାଇ ଗ୍ରୀନ ଦୀପାବଳି ପାଳନ କରିବା ପାଇଁ ଗଞ୍ଜାମ ବାସୀଙ୍କୁ ବାର୍ତା ଦେଇଥିଲେ ଏବଂ  ନାରାୟଣୀ ମନ୍ଦିରର ଉନ୍ନତି ପାଇଁ ପଦକ୍ଷେପ ନିଆଯିବ ବୋଲି ଜିଲ୍ଲାପାଳ କହିଥିଲେ । ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ବିଧାୟିକା ସୂର୍ଯ୍ୟମଣି ବୈଦ୍ୟ, ବ୍ଳକ ଅଧ୍ୟକ୍ଷା ମୀନାକ୍ଷି ସାହୁ, ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟରଂଜନ ପୃଷ୍ଟି, ବିଡ଼ିଓ ନବକୃଷ୍ଣ ଜେନା, ତହସିଲଦାର ଚକ୍ରଧର ପାଢ଼ୀ, ବିଭିନ୍ନ ବିଭାଗର ଅଧିକାରୀଙ୍କ ସମେତ ବିଭିନ୍ନ ପଞ୍ଚାୟତର ସରପଞ୍ଚ ଓ ସମିତି ସଭ୍ୟ ଓ ସଭ୍ୟା ମାନେ  ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here