ବୋମା ବିସ୍ଫୋରଣରେ ଜଣେ ମୃତ ;୨ ଗୁରୁତର

0
742

ଭଞ୍ଜନଗର/ସୋରଡା(ନିଲୁ ବିଷୋୟୀ) ଗଂଜାମ ଜିଲ୍ଲା ସୋରଡ଼ା – ବଡଗଡ ଥାନା ଅନ୍ତର୍ଗତ ଭିମପୁର ଗାଁ ରେ ଏକ ଅଭାବନୀୟ ଘଟଣା ଘଟିଥିବା ଜଣାପଡିଛି। ଗାଁ ରେ ଆଜି ସକାଳେ ହଠାତ୍ ବୋମା ବିଷ୍ପୋରଣ ଘଟି ଦୁଇ ଜଣ ଗୁରୁତର ଆହତ ହୋଇଥିବା ବେଳେ ଜଣେ ମୃତ୍ୟୁ ବରଣ କରିଛନ୍ତି।ମୃତକ ଜଣଙ୍କ ହେଉଛନ୍ତି ଉକ୍ତ ଗ୍ରାମର ବୁଲୁ ମଲିକ । ତେବେ ଏହି ବୋମା ବିସ୍ଫୋରଣ ପ୍ରକୃତ କାରଣ ଜଣାପଡିନଥିବା ବେଳେ ଦେଶୀ ବୋମା ନିଜ ଘର ଛାତ ଉପରେ ଭିଡୁଥିବା ବେଳେ ଏହି ବିସ୍ଫୋରଣ ଘଟିଥିବା ସୂଚନା ମିଳିଛି । ଆସିକା ଏସଡିପିଓ ଓ ବଡଗଡ ଥାନା ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଘଟଣା ର ତଦନ୍ତ ଆରମ୍ଭ କରିଛନ୍ତି

LEAVE A REPLY

Please enter your comment!
Please enter your name here