ଟାଉନ ଥାନା ପୋଲିସର ଜୁଆ ଆଡ୍ଡା ଉପରେ ଚଢ଼ାଉ, ୧୧ ଗିରଫ

0
362

ବ୍ରହ୍ମପୁର(ପ୍ରଣୟ ପଣ୍ଡା)ବ୍ରହ୍ମପୁର ପୋଲିସ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ପିନାକୀ ମିଶ୍ର ଚଳିତ ଦଶହରା ଓ କୁମାର ପୂର୍ଣ୍ଣିମା ସମୟେରେ ସମ୍ଭାବ୍ୟ ଚୋରୀ, ଡକାୟତି ଓ ଜୁଆ ଖେଳ ପ୍ରତି ସତର୍କ ଦୃଷ୍ଟି ଦେବାକୁ ଗୁରୁତ ଦେଇଥିବା ବେଳେ ଅକ୍ଟୋବର ୨୧ ତାରିଖ ରାତିରେ ବ୍ରହ୍ମପୁର ଟାଉନ ଥାନା ପୋଲିସ କର୍ପୋରେସନ ରୋଡ଼ ଅଞ୍ଚଳରେ ଚଢ଼ାଉ କରି ୧୧ ଜୁଆଡ଼ିଙ୍କୁ ଗିରଫ କରିବା ସହ ୮୮ ହଜାର ୪ ଶହ ଟଙ୍କା, ୧୧ ଗୋଟି ମୋବାଇଲ, ତାସ ,ଓ ଜାରି ପାଲ ଜବତ କରିଥିବା ଜଣାପଡ଼ିଛି। କର୍ପୋରେସନ ରୋଡ଼ ଅଞ୍ଚଳରେ ବଡ ଧରଣର ଜୁଆ ଖେଳ ଚାଲିଥିବା ନେଇ କୌଣସି ସୂତ୍ରରୁ ଖବର ପାଇ ଟାଉନ ଥାନା ଆରକ୍ଷୀ ନିରୀକ୍ଷକ ସୁରେଶ ତ୍ରିପାଠୀଙ୍କ ନେତୃତ୍ୱରେ ପୋଲିସ ଫୋର୍ସ ଜୁଆ ଆଡ୍ଡା ଉପରେ ଚଢ଼ାଉ କରି କରି ୧୧ ଜଣ ଜୁଆଡ଼ିଙ୍କୁ କାବୁ କରି ଗିରଫ କରିବା ସହ ସେମାନଙ୍କ ଠାରୁ ୮୮ ହଜାର ୪ ଶହ ଟଙ୍କା ଓ ୧୧ ଟି ମୋବାଇଲ ଜବତ କରିଥିଲେ। ଏଥି ସହ ଜୁଆ ଖେଳରେ ବ୍ୟବହାର କରିଥିବା ତାସ ଓ ଜରି ପାଲି ମଧ୍ୟ ଜବତ କରାଯାଇଛି। ଆଜି ସେମାନଙ୍କ କରୋନା ଟେଷ୍ଟ ପରେ କୋର୍ଟ ଚାଲାଣ କରାଯିବ ବୋଲି ଜଣାପଡିଛି।

LEAVE A REPLY

Please enter your comment!
Please enter your name here