ବିଦ୍ୟୁତ ଉପଭୋକ୍ତା ମଞ୍ଚ ଦ୍ୱାରା ବିଦ୍ୟୁତ ଦର ବୃଦ୍ଧି ପ୍ରତ୍ୟାହାର ଦାବି

0
284

ବ୍ରହ୍ମପୁର(ନ୍ୟୁଜଏକ୍ସଟ୍ରା)ବିଦ୍ୟୁତ ୟୁନିଟ ପ୍ରତି ୨୦ ପଇସା ବୃଦ୍ଧି ପ୍ରତ୍ୟାହାର କର, ଟାଟା କମ୍ପାନୀକୁ ବଣ୍ଟନ ଦାୟିତ୍ୱ ଦେବା ଯୋଜନା ବନ୍ଦ କର,ବଡ ବ୍ୟବସାୟୀ ଓ ବଣ୍ଟନକାରି ସଂସ୍ଥା ଉପରେ ଥିବା ବକେୟା ଟଙ୍କା ଆଦାୟ କର,ବଣ୍ଟନ ଓ ପରିବହନ କ୍ଷତିକୁ କମାଇବା ପାଇଁ ଦୃଢ଼ ପଦକ୍ଷେପ ନିଅ ,ଲୋଭୋଲଟେଜ ଓ ଘନ ଘନ ବିଜିଳୁ କାଟ ବନ୍ଦ କର ,କରୋନା ସମୟର ବିଦ୍ୟୁତ ଶୁଳ୍କ ଛାଡ଼ କର ଏବଂ ବିଦ୍ୟୁତ ଉତ୍ପାଦନ, ପରିବହନ ଓ ବଣ୍ଟନର ସରକାରୀ ପରିଚାଳନା ଦାବିରେ ବ୍ରହ୍ମପୁର ବିଦ୍ୟୁତ ଉପଭୋକ୍ତା ମଞ୍ଚ ପକ୍ଷରୁ କମାପଲି ଛକଠାରେ ଆଜି ପ୍ରତିବାଦ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।ଏଥିରେ ଆସନ୍ତା କାଲି 22/10/2020ସନ୍ଧ୍ୟା ୬ଟାରୁ ୬.୧୫ ମିନଟ ପର୍ଯ୍ୟନ୍ତ ଘରର ଆଲୁଅ ବନ୍ଦକରି ରାଜ୍ୟବ୍ୟାପୀ ଉପଭୋକ୍ତା ପ୍ରତିବାଦରେ ସାମିଲ ହେବାପାଇଁ ବିଦ୍ୟୁତ ଗ୍ରାହକମାନଙ୍କୁ ଆହ୍ୱାନ ଦେଇଥିଲେ।
ଆଜିର ଏହି କାର୍ଯ୍ୟକ୍ରମରେ ଯୁଧିଷ୍ଠିର ବେହେରା, ପ୍ରତାପ ଚୌଧୁରୀ, ଶିବ ପ୍ରସାଦ ମହାପାତ୍ର, ଗୋପାଳ ପାଣିଗ୍ରାହୀ, ବାବୁଲା ନାୟକ ,ପଞ୍ଚାନନ ଜେନା, ଚିଟିବାବୁ ପୁରସ୍ତମ ସାହୁ ,ଯୁଧିଷ୍ଠିର ସାହୁ ପ୍ରମୁଖ ଗ୍ରାହକ ମଂଚର କର୍ମକର୍ତ୍ତା ଅଂଶଗ୍ରହଣ କରିଥିଲେ।

LEAVE A REPLY

Please enter your comment!
Please enter your name here