ଜୁଆ ଆଡା ଉପରେ ଚଢ଼ାଉ ;୭ ଜୁଆଡି ଗିରଫ

0
305

ଆସ୍କା(ଜଗନ ପଣ୍ଡା)ପାର୍ବଣର ପର୍ବ ଦଶହରା ଓ କୁମାରପୂର୍ଣ୍ଣିମାରେ ଜୁଆ ଖେଳ କୁ ଦୃଷ୍ଟିରେ ରଖି ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ପଦକ୍ଷେପ ନିଆଯାଇ ଜୁଆ ଆଡା ଉପରେ ଚଢ଼ାଉ ଜାରି ରହିଛି | ଗଞ୍ଜାମ ଜିଲ୍ଲା ଗାଙ୍ଗପୁର ଥାନା ଅନ୍ତର୍ଗତ ଲଣ୍ଡାଜୁଆଳି ଗ୍ରାମରେ ଚାଲୁଥିବା ଏକ ଜୁଆଆଡା ଉପରେ ଗାଙ୍ଗପୁର ପୋଲିସର ରାତ୍ରୀ କାଳୀନ ପେଟ୍ରୋଲିଙ୍ଗ ଟିମ ଚଢ଼ାଉ କରି 7 ଜଣ ଜୁଆଡିଙ୍କୁ ଗିରଫ କରିବା ସହ ସେମାନଙ୍କ ପାଖରୁ ନଗଦ 10ହଜାର 200 ଟଙ୍କା, 3ଟି ମୋବାଇଲ ଫୋନ ଓ ତାସ ଜବତ କରିଛି l ଗାଙ୍ଗପୁର ଥାନା କେସ ନଂ 298/20ଅନୁଯାଇ ଜୁଆଡିମାନଙ୍କୁ ଗିରଫ କରାଯାଇଛି l କୌଣସି ସୂତ୍ରରୁ ଖବର ପାଇ ଗାଙ୍ଗପୁର ପୋଲିସର ରାତ୍ରୀ କାଳୀନ ପେଟ୍ରୋଲିଙ୍ଗ ଟିମ ଅତର୍କିତ ଚଢ଼ାଉ କରି 7ଜଣ ଜୁଆଖେଳାଳିକୁ ଗିରଫ କରିଥିବା ଗାଙ୍ଗପୁର ଥାନା ଅଧିକାରୀ ଧୀରେସ କୁମାର ଦାସ ସୂଚନା ଦେଇଛନ୍ତି l

LEAVE A REPLY

Please enter your comment!
Please enter your name here