କ୍ଷୁଦ୍ର ଚଳଚ୍ଚିତ୍ର ଭଲ ପାଇବା କହି ହୁଏନା ସୁଟିଂ ଆରମ୍ଭ

0
401

ବେଲଗୁଣ୍ଠା(ଶିବରାମ ଚୌଧୁରୀ) ବେଲଗୁଣ୍ଠା ବ୍ଲକ୍ ଅନ୍ତର୍ଗତ ଖଇରପୁଟି ସ୍ଥିତ ମାଆ ସିଦ୍ଧେଶ୍ଵରୀ ମନ୍ଦିର ପ୍ରାଙ୍ଗଣରେ କ୍ଷୁଦ୍ର ଚଳଚ୍ଚିତ୍ର ଭଲ ପାଇବା କହି ହୁଏନାର ସୁଟିଂ ଆରମ୍ଭ ହୋଇଯାଇଛି I ପ୍ରଯୋଜକ ଜଗନ୍ନାଥ ନାୟକଙ୍କ ପ୍ରଯୋଜନାରେ ନିର୍ମିତ ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଏବଂ ଚିତ୍ର ନାଟ୍ୟ ନିର୍ଦ୍ଦେଶକ ତପନ ମହାନ୍ତି ସମ୍ଭାଳି ଥିବା ବେଳେ ସଙ୍ଗୀତ ଓ କାହାଣୀର ଭାର ସମ୍ଭାଳିଛନ୍ତି ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ଏ.ଜି ଆଦିତ୍ୟ I ତପନ ଓ ମାନସ ଚଳଚ୍ଚିତ୍ରର ଡିଓପି ଦାୟିତ୍ଵ ନେଇଥିବା ବେଳେ ବ୍ୟବସ୍ଥାପନା ଦାୟିତ୍ଵରେ ସୁନୀଲ କୁମାର ସ୍ଵାଇଁ ଅଛନ୍ତି I ଚଳଚ୍ଚିତ୍ରର ମୁଖ୍ୟ ଭୂମିକାରେ ଭୂପତି ,ଜଗନ୍ନାଥ, ଲଭଲୀ, ପୂଜା, ମିକି, ସନ୍ତୋଷ, ଗଣେଶ, ଶେଖ ଅବ୍ଦୁଲ ଏବଂ ପଞ୍ଚାଙ୍କ ସହ କିଛି ସ୍ଥାନୀୟ କଳାକାର ଅଛନ୍ତି I ସୁଟିଂର ପ୍ରଥମ ଦିନରେ କଳାକାରମାନେ ଖୁବ୍ ଉତ୍ସାହିତ ଥିବା ବେଳେ ଚଳଚ୍ଚିତ୍ରଟି ନିଶ୍ଚିତରୂପେ ଦର୍ଶକମାନଙ୍କୁ ଏକ ଭିନ୍ନ ସ୍ୱାଦ ଦେବ ବୋଲି ଉଭୟ ପ୍ରଯୋଜକ ଏବଂ ନିର୍ଦ୍ଦେଶକ ପ୍ରକାଶ କରିଛନ୍ତି I

LEAVE A REPLY

Please enter your comment!
Please enter your name here