କୋରନାକୁ ହରାଇ କାର୍ଯ୍ୟରେ ଯୋଗ ଦେଲେ ରାଜସ୍ବ ନିରୀକ୍ଷକ ବିଭୁ ପ୍ରସାଦ ତ୍ରିପାଠୀ

0
279

ଆସ୍କା(ଜଗନ ପଣ୍ଡା)ଗଞ୍ଜାମ ଜିଲ୍ଲା ରେ ସଂକ୍ରମଣ ସଂଖ୍ୟା ଦିନକୁ ଦିନ ହ୍ରାସ ପାଇବାରେ ଲାଗିଛି |ଏହା ର ଶ୍ରେୟ ଜିଲ୍ଲାପାଳ ତଥା ଜିଲ୍ଲା ପ୍ରଶାସନ କୁ ଯାଉଛି |ଏହି କ୍ରମରେ ଆସ୍କା ତହସିଲ ଅନ୍ତର୍ଗତ ଆସ୍କା ଆର.ଆଇ ସର୍କଲ ର କୋଭିଡ ଯୋଦ୍ଧା ତଥା ରାଜସ୍ବ ନିରୀକ୍ଷକ ବିଭୁ ପ୍ରସାଦ ତ୍ରିପାଠୀ କୋରନା ଭୁତାଣୁ ରୋଗକୁ ମାତ ଦେଇ ଗତ କାଲି କାର୍ଯ୍ୟରେ ଯୋଗ ଦେଇଛନ୍ତି |ଶ୍ରୀଯୁକ୍ତ ତ୍ରିପାଠୀ ଙ୍କୁ କାର୍ଯ୍ୟାଳୟ ପରିସରରେ ତହସିଲ କର୍ମୀ ପୁଷ୍ପ ଗୁଚ୍ଛ ଦେଇ ସ୍ୱାଗତ ଜଣେଇଥିଲେ |ପ୍ରକାଶ ଥାଉକି ଶ୍ରୀଯୁକ୍ତ ତ୍ରିପାଠୀଙ୍କ ଗତ ସେପ୍ଟେମ୍ବର 18 ତାରିଖ ଦିନ ସ୍ୱାବ ରିପୋର୍ଟ କୋଭିଡ ପଜିଟିଭ ଆସିଥିଲା |ସେ ଅଶ୍ୱିନୀ ହସ୍ପିଟାଲରୁ ଆରୋଗ୍ୟ ଲାଭ କାରି 14 ଦିନ ଗୃହ ସଙ୍ଗରୋଧ ରେ ଥିଲେ | କୋରନା ରୁ ସୁସ୍ଥ ହୋଇ ଗତକାଲି କାର୍ଯ୍ୟରେ ଯୋଗ ଦେଇଥିବାରୁ ତହସିଲଦାର ସଦାନନ୍ଦ ସେଠୀ, ଅତିରିକ୍ତ ତହସିଲଦାର ଆଶୁତୋଷ ଗୌରବ କର, ରାଜସ୍ବ ପରିଦର୍ଶକ ବିଶ୍ୱନାଥ ଲେଙ୍କା, ସେକ୍ସନ ଅଧିକାରୀ ପ୍ରସନ କୁମାର ତ୍ରିପାଠୀ, ସହଯୋଗୀ ରାଜସ୍ବ ନିରିକ୍ଷୀକା ସୁମିତ୍ରା ନାୟକ ପ୍ରମୁଖ ପୁଷ୍ପଗୁଚ୍ଛ ଦେଇ ଭବ୍ୟ ସ୍ୱାଗତ ଜଣାଇବା ସହ ଉଜ୍ୱଳ ଭବିଷ୍ୟତର ପ୍ରାର୍ଥନା କରିଥିଲେ |

LEAVE A REPLY

Please enter your comment!
Please enter your name here