ଗାନ୍ଧୀ ଜୟନ୍ତୀରୁ ଏକମାସ ଧରି ଜନସଚେତନତା କରିବ ବିଜେଡି

0
293

ଭୁବନେଶ୍ୱର:ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି।ତେଣୁ ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀ ଠାରୁ ବିଜେଡିର ଜନସଚେତନ କାର୍ଯ୍ୟକ୍ରମ ଆରମ୍ଭ ହେବ।ଏହି କୋଭିଡ ସମ୍ପର୍କିତ ଜନସେଚତନ କାର୍ଯ୍ୟକ୍ରମ ନଭେମ୍ବର ୨ ପର୍ଯ୍ୟନ୍ତ ଚାଲିବ ।ଏନେଇ ଦଳର ସବୁ ସାଂସଦ, ବିଧାୟକ, ଜିଲ୍ଲା ସଭାପତି ଓ କର୍ମକର୍ତ୍ତାଙ୍କୁ ଚିଠି ଲେଖିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ।ପଞ୍ଚାୟତସ୍ତରରେ ଗାଁ ଲୋକଙ୍କୁ ମାସ୍କ ବଣ୍ଟନ ଓ ବ୍ୟବହାର ନେଇ ସଚେତନ କରାଇବେ ଦଳୀୟ ବିଧାୟକ । ସଂକ୍ରମଣକୁ ରୋକିବା ନେଇ ଲୋକଙ୍କୁ ସତର୍କ କରାଇବେ ଦଳୀୟ ନେତା । କୋଭିଡ୍‌ ନିୟମ ପାଳନ, ଟେଷ୍ଟିଂରେ ସହଯୋଗ, ଠିକ ସମୟରେ ଚିକିତ୍ସା, କୋଭିଡ୍‌ ଯୋଦ୍ଧାଙ୍କୁ ଉତ୍ସାହିତ କରିବା ସହ ପ୍ଲାଜମା ଦାନକୁ ପ୍ରୋତ୍ସାହିତ କରିବେ । ନିଜ ନିଜ ନିର୍ବାଚନ ମଣ୍ଡଳୀରେ ଓଡ଼ିଶା ମୋ ପରିବାର ସହିତ ସାମିଲ ହୋଇ କୋଭିଡ୍‌ ସଚେତନତା କାର୍ଯ୍ୟକ୍ରମରୁ ଆଗେଇ ନେବାକୁ କହିଛନ୍ତି ମୁଖ୍ୟମନ୍ତ୍ରୀ ।

LEAVE A REPLY

Please enter your comment!
Please enter your name here