ପୋଖରୀ ପାଣିରେ ବୁଡି ବୃଦ୍ଧାଙ୍କ ମୃତ୍ୟୁ

0
329

ବୁଗୁଡ଼ା(ଅନିଲ କୁମାର ମହାରଣା) ବୁଗୁଡ଼ା ବ୍ଲକ୍ ଅନ୍ତର୍ଗତ ଉଦିପୁର ଗ୍ରାମ ପୋଖରୀ ପାଣିରେ ବୁଡି ଜଣେ ବୃଦ୍ଧାଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ଉଦିପୁର ଗ୍ରାମର ବିଜୟ ମହାପାତ୍ରଙ୍କ ଧର୍ମପତ୍ନୀ ବାସନ୍ତୀ ମହାପାତ୍ର (୬୫) ସେପ୍ଟେମ୍ବର ୨୮ ତାରିଖ ସକାଳେ ଗ୍ରାମର ପୋଖରୀକୁ ଗାଧୋଇବାକୁଯାଇ ଫେରିନଥିଲେ। ପାଣିରେ ବୁଡି ଯାଇଥିବା ଅନୁମାନ କରି ବହୁତ ଖୋଜା ଖୋଜି ପରେ ବାସନ୍ତୀଙ୍କୁ ନପାଇ ଦମକଳ ବାହିନୀର ସହାୟତା ନେଇଥିଲେ। ଦିନ ୨ଟା ବେଳେ ଦମକଳ ବାହିନୀ ବାସନ୍ତୀଙ୍କ ଶବକୁ ଉଦ୍ଧାର କରି ବୁଗୁଡ଼ା ଡାକ୍ତରଖାନାକୁ ଆଣିଥିଲେ। ସ୍ବର୍ଗତ ବାସନ୍ତୀଙ୍କ ଦୁଇ ପୁତ୍ର ଏଥି ପୂର୍ବରୁ ମଧ୍ଯ ଇହଲୀଳା ସମ୍ବରଣ କରିସାରିଛନ୍ତି। ସ୍ଵାମୀ ବିଜୟ ଜଣେ ପୂଜାରୀ ଭାବେ ଜୀବିକା ନିର୍ବାହ କରୁଥିବା ଜଣାପଡିଛି।

LEAVE A REPLY

Please enter your comment!
Please enter your name here