ଜୁଆ ଆଡ୍ଡା ଉପରେ ପୋଲିସର ଚଢ଼ାଉ ; ୫ ଜୁଆଡି ଗିରଫ

0
301

ବେଲଗୁଣ୍ଠା(ଶିବରାମ ଚୌଧୁରୀ) ଗଞ୍ଜାମ ଜିଲ୍ଲାରେ କରୋନା ସଂକ୍ରମଣ ସମୟରେ ଲକ୍ ଡ଼ାଉନ୍ ର ସୁଯୋଗ ନେଇ ଗାଆଁ ଗାଆଁରେ ଜୁଆ ଖେଳ ବେଶ୍ ଜମୁଥିଲା I କେତେ ଜୁଆଡି ମଧ୍ୟ ପୋଲିସ୍ ହାବୁଡରେ ପଡ଼ି ଗିରଫ ହୋଇଥିଲେ I ବର୍ତ୍ତମାନ ଜିଲ୍ଲାରେ କରୋନା ସଂକ୍ରମଣ ହାର କମି ଲକ୍ ଡାଉନ୍ ହଟିଥିଲେ ମଧ୍ୟ କିଛି ଗାଁରେ ଲୋକ ମାନେ କାମ ଧନ୍ଦାକୁ ନ ଯାଇ ଗ୍ରାମର ବିଭିନ୍ନ ସ୍ଥାନରେ ଜୁଆ ଖେଳରେ ମାତି ଯାଉଛନ୍ତି I ଯାହା ପୋଲିସ୍ ର ମୁଣ୍ଡ ବ୍ୟଥାର କାରଣ ପାଲଟିଛି I ଗତ କାଲି ସନ୍ଧ୍ୟା 7 ଘଣ୍ଟା 30 ମିନିଟ୍ ସମୟରେ ଗାଙ୍ଗପୁର ପୋଲିସ୍ ପେଟ୍ରୋଲିଂ କରୁଥିବା ବେଳେ ଧରାକୋଟ ବ୍ଲକ୍ ସିଙ୍ଗୀପୁର ପଞ୍ଚାୟତର କୈଠିରିଆ ଗ୍ରାମରେ ଚାଲି ଥିବା ଜୁଆ ଆଡ୍ଡା ଉପରେ ଚଢ଼ାଉ କରି ପାଞ୍ଚ ଜଣ ଜୁଆଡିଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ନଗଦ 15,300 ଟଙ୍କା, ତିନୋଟି ମୋବାଇଲ୍ ଏବଂ ତାସ୍ ଜବତ କରିଛି I ଏହା ସହ ସମସ୍ତ ଜୁଆଡିଙ୍କ ବିରୁଦ୍ଧରେ କେସ୍ ନମ୍ବର 256/2020 ରେ ଏକ ମାମଲା ରୁଜୁ କରାଯାଇଥିବା ଗାଙ୍ଗପୁର ଥାନା ଅଧିକାରୀ ଧୀରେସ୍ କୁମାର ଦାସ ପ୍ରକାଶ କରିଛନ୍ତି I ଆଗକୁ କୁମାର ପୂର୍ଣ୍ଣିମା ଆସୁଥିବାରୁ ଆଗାମୀ ଦିନରେ ଜୁଆ ଖେଳର ମାତ୍ରା ବଢ଼ି ପାରେ ବୋଲି ଆଶଙ୍କା କରାଯାଉଛି I ଏନେଇ ଗାଙ୍ଗପୁର ଥାନା ଅଧିକାରୀ ଧୀରେସ୍ କୁମାର ଦାସଙ୍କ ସହ ଯୋଗଯୋଗ କରିବାରୁ ଆସନ୍ତା ଦିନରେ ପେଟ୍ରୋଲିଂ କଡ଼ାକଡି କରାଯିବା ସହ ଜୁଆଡିଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରକାଶ କରିଛନ୍ତି I

LEAVE A REPLY

Please enter your comment!
Please enter your name here