ଗାଧୋଇବା ବେଳେ ବଡ଼ ନଦୀରେ ବୁଡ଼ି ମହିଳାଙ୍କ ମୃତ୍ୟୁ

0
295

ବେଲଗୁଣ୍ଠା(ଶିବରାମ ଚୌଧୁରୀ) ଆଜି ଗାଧୋଇବାକୁ ଜି. ନୁଆଁ ଗାଁର ଜଣେ ମହିଳା ବଡ଼ ନଦୀରେ ବୁଡ଼ିଯାଇ ମୃତ୍ୟୁ ବରଣ କରିଥିବା ଜଣା ପଡ଼ିଛି I ସୂଚନା ପ୍ରକାରେ ଆଜି ବେଲଗୁଣ୍ଠା ବ୍ଲକ୍ ଅନ୍ତର୍ଗତ ଜି. ନୂଆଁ ଗାଁ ଗ୍ରାମର ସୋମନାଥ ସେଠୀଙ୍କ ସ୍ତ୍ରୀ ଚନ୍ଦ୍ରମା ସେଠୀ ସକାଳେ ବଡ଼ ନଦୀକୁ ଗାଧୋଇବାକୁ ଯାଇ ବହୁ ସମୟ ପର୍ଯ୍ୟନ୍ତ ଫେରି ନଥିଲେ I ଏଥିରେ ପରିବାର ଲୋକ ବ୍ୟସ୍ତ ହୋଇ ବହୁ ସ୍ଥାନରେ ଖୋଜାଖୋଜି କରିବା ପରେ ଅପରାହ୍ଣ ଦୁଇ ଘଣ୍ଟା ସମୟରେ ପାଟୁଳି ସାହି ନିକଟରେ ବଡ଼ ନଦୀରେ ମହିଳାଙ୍କ ଶବ ଠାବ କରାଯାଇଥିଲା I ଏନେଇ ମହିଳାଙ୍କ ସ୍ଵାମୀ ଭଞ୍ଜନଗର ଥାନାରେ ଜଣାଇବା ପରେ ପୋଲିସ୍ କେସ୍ ନମ୍ବର 61/20 ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବକୁ ବ୍ୟବଚ୍ଛେଦ ପାଇଁ ଭଞ୍ଜନଗର ମେଡିକାଲ୍ କୁ ପଠାଇଦେଇଛି I ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ଜଣା ପଡ଼ିଛି I

LEAVE A REPLY

Please enter your comment!
Please enter your name here