ଚିଦାନନ୍ଦ ସରସ୍ୱତୀଙ୍କ ଜୟନ୍ତୀ ପାଳିତ

0
432

ବ୍ରହ୍ମପୁର(ନ୍ୟୁଜଏକ୍ସଟ୍ରା)ବ୍ରହ୍ମପୁର ରଙ୍ଗୁଣୀ ବନ୍ଧ ସାହି ରେ ସ୍ବାମୀ ଚିଦାନନ୍ଦ ସରସ୍ଵତୀଙ୍କ ୧୦୪ ତମ ଜନ୍ମ ଜୟନ୍ତୀ ଗୁରୁବାର ଦିନ ପାଳିତ ହୋଇଯାଇଅଛି । ଦକ୍ଷିଣାଞ୍ଚଳ ଦିବ୍ୟ ଜୀବନ ସଂଘ ସମନ୍ବୟ ସମିତି ସଂପାଦକ ପ୍ରକାଶ ଚନ୍ଦ୍ର ରଥ ସାର୍ ଙ୍କ ସମେତ ବିଦ୍ୟାନନ୍ଦ ସରସ୍ୱତୀ ଓ ସୀତାରାମ ଭାଇ, ଜଗନ୍ନାଥ ଭାଇ,ଗୌରୀ ଭାଇ ଓ ଗୁରୁଭାଇଙ୍କ ଗହଣରେ ଅନୁଷ୍ଠିତ ଏହି ଜୟନ୍ତୀ ସମାରୋହ ପାଳନ ରିନା ଭଉଣୀ,ଗୀତା ଭଉଣୀ,ବବି ଭଉଣୀ ପ୍ରମୁଖ ଅଂଶଗ୍ରହଣ କରି ସ୍ବାମୀଜୀଙ୍କ ମାର୍ଗଦର୍ଶନ ଅବତାରଣା କରି ସୁସ୍ଥ ସାମାଜିକ ପରମ୍ପରାରେ ଦିବ୍ୟ ଜୀବନ ଚିନ୍ତାଧାରାର ଆବଶ୍ୟକତାକୁ ଗୁରୁତ୍ୱାରୋପ କରିଥିଲେ । ଗୁରୁପୂଜା , ଗୁରୁ ବନ୍ଦନା , ସତସଙ୍ଗ ପୂଜନ , ବିଶ୍ଵଶାନ୍ତି ପାଇଁ ଭଜନ କୀର୍ତ୍ତନ ଆଦି କାର୍ଯ୍ୟକ୍ରମ ସହିତ ଅନୁଷ୍ଟିତ ଏହି କାର୍ଯ୍ୟକ୍ରମରେ ସନ୍ୟାସୀ ଗୌଡ,ଅଖିଳ ଦଳେଇ, ଅଂଶୁଳ ପାତ୍ର, ଚନ୍ଦ୍ରନ ପାଢ଼ୀ, ସଚିନ ଗୌଡ, ଶିବ ପ୍ରସାଦ ପାତ୍ର ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

LEAVE A REPLY

Please enter your comment!
Please enter your name here