ଖଣ୍ଡା ଓ କାତି ଆକ୍ରମଣରେ ମହିଳାଙ୍କ ସମେତ ୭ ଆହତ

0
425

ବୁଗୁଡ଼ା(ଅନିଲ କୁମାର ମହାରଣା) ବୁଗୁଡା ଥାନା ଅନ୍ତର୍ଗତ ଗୋଲିଆ ପଞ୍ଚାୟତର ଚିରିକିପଡା ଗ୍ରାମରେ ଖଣ୍ଡା ଓ କାତି ଆକ୍ରମଣରେ ଜଣେ ମହିଳାଙ୍କ ସମେତ ୭ ଜଣ ଆହତ ହୋଇଥିବା ବେଳେ ୪ଜଣ ଗୁରୁତର ଥିବା ଜଣାପଡିଛି। ଆହତ ମାନେ ହେଲେ ଚିରିକିପଡା ଗ୍ରାମର ଗୋପବନ୍ଧୁ ବେହେରା, ପ୍ରଭାକର ବେହେରା, ସୁଜାତା ବେହେରା, କାଳିଆ ବେହେରା, ବିମ୍ବାଧର ବେହେରା, ଦିବାକର ବେହେରା ଓ ଗୋଲିଆ ଗ୍ରାମର ସୁନୀଲ ପଲେଇ l ସମସ୍ତ ଆହତ ବୁଗୁଡ଼ା ମେଡିକାଲରେ ଚିକିତ୍ସା ହୋଇଥିବା ବେଳେ ଗୁରୁତର ଥିବା ଗୋପବନ୍ଧୁ, ପ୍ରଭାକର, କାଳିଆ ଓ ସୁଜାତାଙ୍କୁ ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଛି l ଖବର ପାଇ ବୁଗୁଡ଼ା ଆଇଆଇସି ଚିତ୍ତରଞ୍ଜନ ବେହେରା ଓ ଏସଆଇ ମନୋଜ ପ୍ରଧାନ ମେଡିକାଲରେ ପହଞ୍ଚି ତଦନ୍ତ କରିଥିବା ଜଣାଯାଇଛି l ଘଟଣାରୁ ଜଣା ପଡିଛି ଯେ ଆଶିଷ ବେହେରାଙ୍କ ଠାରୁ ଅଳିଅ ବିଶୋଇ ଟଙ୍କା ଧାର ନେଇଥିଲେ l ଆଶିଷ ଧାର ଟଙ୍କା ମାଗିବାରୁ ଉଭୟଙ୍କ ମଧ୍ୟରେ ପାଟି ତୁଣ୍ଡ ହୋଇଥିଲା l ଏଥିରେ ଉତକ୍ଷିପ୍ତ ହୋଇ ଅଳିଅ କିଛି ସମର୍ଥକକୁ ନେଇ ଆଜି ସନ୍ଧ୍ୟାରେ ଆଶିଷର ପରିବାର ଲୋକଙ୍କୁ ଆକ୍ରମଣ କରିଥିବା ଜଣାପଡିଛି। ପାଠ ଲେଖିବା ସୁଦ୍ଧା ବୁଗୁଡା ଥାନାରେ ଅଭିଯୋଗ ଦାଖଲ ହୋଇନଥିବା ଆଇଆଇସି ଶ୍ରୀ ବେହେରା ପ୍ରକାଶ କରିଛନ୍ତି।

LEAVE A REPLY

Please enter your comment!
Please enter your name here