ବେଲଗୁଣ୍ଠାର ବର୍ଷିଆନ୍ ଜନନେତା ତଥା ପୁର୍ବତନ ନଗରପାଳ ଘନଶ୍ୟାମ ସାହୁଙ୍କ ନିଧନ

0
296

ବେଲଗୁଣ୍ଠା-(ଶିବରାମ ଚୌଧୁରୀ)ବେଲଗୁଣ୍ଠା ସହରର ପୁରୁଖା ରାଜନୀତିଜ୍ଞ ତଥା ରାଜନେତା,ବିଜୁ ଜନତା ଦଳର ବରିଷ୍ଠ ଉପଦେଷ୍ଟା,ସହରର ପୁର୍ବତନ ନଗରପାଳ ଘନଶ୍ୟାମ ସାହୁଙ୍କ ଆଜି ଦିନ ୧୧ ଘଣ୍ଟା ସମୟରେ ଗୋପିନାଥ ସାହିସ୍ଥିତ ବାସଭବନରେ ପରଲୋକ ଘଟିଛି ।ମୃତ୍ୟୁ ବେଳକୁ ତାଙ୍କୁ ୮୭ ବର୍ଷ ବୟସ ହୋଇଥିଲା ।ବେଲଗୁଣ୍ଠା ପଞ୍ଚାୟତ ଥିବା ସମୟରୁ ସରପଞ୍ଚ ଭାବରେ ନିର୍ବାଚିତ ହୋଇଆସୁଥିଲେ ଶ୍ରୀ ସାହୁ ।ମାତ୍ର।୧୮ ବର୍ଷ ବୟସରେ ରାଜନୀତି ରେ ପାଦ ଦେଇ ବେଲଗୁଣ୍ଠା ର ସରପଞ୍ଚ ଭାବରେ ଦାୟିତ୍ୱ ଗ୍ରହଣ କରିଥିଲେ ।୧୯୭୪ ମସିହାରେ ଏନ୍.ଏ.ସି ମାନ୍ୟତା ପାଇବା ପରେ ବେଲଗୁଣ୍ଠା ର ପ୍ରଥମ ନଗରପାଳ ହେବାର ସୌଭାଗ୍ୟ ଅର୍ଜନ କରି ବେଲଗୁଣ୍ଠାର ବହୁମୁଖୀ ବିକାଶର କର୍ଣ୍ଣଧାର ସାଜିଥିଲେ ।ସେ ଦୁଇଥର ନଗରପାଳ ଦାୟିତ୍ୱରେ ଥିବା ସମୟରେ ବେଲଗୁଣ୍ଠା ଜନସାଧାରଣ ପାଇଁ ପାନୀୟ ଜଳ ଯୋଗାଣ ଠାରୁ ଆରମ୍ଭ କରି ରାସ୍ତା ଘାଟ ନିର୍ମାଣ ତଥା ବିଭିନ୍ନ ଶିକ୍ଷାନୁଷ୍ଠାନ ତିଆରି କରିବା ତଥା ଅନ୍ୟାନ୍ୟ ଉନ୍ନୟନ ମୁଳକ କାର୍ଯ୍ୟକ୍ରମ ହାତକୁ ନେଇ ପ୍ରିୟପାତ୍ର ହୋଇଥିଲେ ।ତା ସହ ବହୁ ମନ୍ଦିର ଓ ଧର୍ମାନୁଷ୍ଠାନ ସହ ଜଡିତ ରହି ସେଗୁଡିକର ବହୁବିଧ ବିକାଶ କରାଇଥିଲେ ।ନିଜ ୪୦ ବର୍ଷର ରାଜନୈତିକ କାର୍ଯ୍ୟକାଳ ମଧ୍ୟରେ କର୍ତ୍ତବ୍ୟପରାୟଣତା,ସକ୍ରିୟ ଜନସେବା ପାଇଁ ବହୁ ରାଜନେତା ତଥା ଡାଃ ହରେକୃଷ୍ଣ ମହତାବ, ବିଜୁ ପଟ୍ଟନାୟକ,ରାମକୃଷ୍ଣ ପଟ୍ଟନାୟକ, ରାମକୃଷ୍ଣ ଗୌଡ,ବଳଭଦ୍ର ଆରୁଖ, ହୃଷିକେଶ ନାୟକ,ମାଗୁଣି ପ୍ରଧାନ ଙ୍କ ପ୍ରିୟଭାଜନ ହୋଇପାରିଥିଲେ ।ସକ୍ରିୟ ରାଜନୀତିଜ୍ଞ ତଥା ଜନନେତା ଭାବରେ ଚିରପରିଚିତ ତଥା ପୂର୍ବତନ ଉପନଗରପାଳ ପ୍ରଶାନ୍ତ ସାହୁଙ୍କ ପିତା ସ୍ୱର୍ଗତ ସାହୁ ବେଲଗୁଣ୍ଠା ସହରର ବହୁ ନେତା ତିଆରି କରିବାରେ ଅଗ୍ରଣୀ ଭୂମିକା ଗ୍ରହଣ କରିବା ସହ ଓଡ଼ିଶାର ସଂସଦୀୟ ବ୍ୟାପାର ଓ ଜଙ୍ଗଲ ପରିବେଶ ବମନ୍ତ୍ରୀ ବିକ୍ରମ କେଶରୀ ଆରୁଖଙ୍କ ମଧ୍ୟ ରାଜନୈତିକ ଉପଦେଷ୍ଟା ଭାବରେ ପରିଚିତ ଥିଲେ ।ବେଲଗୁଣ୍ଠା ବିଜ୍ଞାନ ମହାବିଦ୍ୟାଳୟ ଓ ବେଲଗୁଣ୍ଠା ମହିଳା ବିଜ୍ଞାନ ମହାବିଦ୍ୟାଳୟ ସ୍ଥାପନ କରିବାରେ ଏକ ଅଗ୍ରଣୀ ଭୁମିକା ଗ୍ରହଣ କରିବା ସହ ବେଲଗୁଣ୍ଠା ମହିଳା ବିଜ୍ଞାନ ମହାବିଦ୍ୟାଳୟର ୧୯୯୩ ମସିହା ଠାରୁ ୨୦୧୪ ମସିହା ପର୍ଯ୍ୟନ୍ତ ସଭାପତି ଦାୟିତ୍ୱ ନିର୍ବାହ କରିଥିଲେ ।ତାଙ୍କ ମୃତ୍ୟୁରେ ମନ୍ତ୍ରୀ ଶ୍ରୀ ଆରୁଖ ଓ ସୋରଡା ବିଧାୟକ ପୁର୍ଣ୍ଣଚନ୍ଦ୍ର ସ୍ୱାଇଁ ଗଭୀର ଶୋକ ପ୍ରକାଶ କରିଛନ୍ତି ।ମୃତ୍ୟୁ ଶଯ୍ୟା ନିକଟରେ ପତ୍ନୀ ସୁବାସିନୀ, ପୁଅ ପରଂବ୍ରହ୍ମ, ପ୍ରଦ୍ୟୁମ୍ନ,ପ୍ରଶାନ୍ତ,ପ୍ରଦୀପ,ପ୍ରାଣକୃଷ୍ଣ,୪ ବୋହୁ,ଦୁଇ କନ୍ୟା ନୀନା,ପ୍ରବୀଣା,ଜ୍ୱାଇଁ ଓ ନାତି ନାତୁଣୀ ଉପସ୍ଥିତ ଥିଲେ ।ତାଙ୍କ ମୃତ୍ୟୁ ଖବର ପାଇ ବେଲଗୁଣ୍ଠା ବ୍ଳକ ସଭାପତି ବିଜୁ ଜନତା ଦଳ ସଭାପତି ପ୍ରଶାନ୍ତ କୁମାର ନାୟକ,ପ୍ରେସ୍ କ୍ଳବ ସଭାପତି ପ୍ରଦ୍ୟୁମ୍ନ ପାତ୍ର,ଉପ-ସଭାପତି ପ୍ରଭାତ ସାହୁ, ସଂପାଦକ ଅଶ୍ୱିନୀ କୁମାର ମହାନ୍ତି, ଉପଦେଷ୍ଟା ସୁଶାନ୍ତ ବେହେରା,ଚନ୍ଦନ ସାହୁ,ଯୁବସଂଗଠକ ବିଭୁପାଦ ଜେନା, ବରିଷ୍ଠ ବିଜେଡି ନେତା ଭି.ଦେବୀ ପ୍ରସାଦ ପାତ୍ର,ଆଇନଜୀବୀ ସନ୍ତୋଷ ପଣ୍ଡା,ଦିବ୍ୟଜୀବନ ସଂଘ ସଭାପତି ପ୍ରଫୁଲ୍ଲ ପଣ୍ଡା,ଶିକ୍ଷାବିତ୍ ମନୋରଞ୍ଜନ ପାଣିଗ୍ରାହୀ,ପୁର୍ବତନ ନଗରପାଳ ଚନ୍ଦ୍ରମଣି ସାମଲ,ବିଜେଡି ନଗର ସଂପାଦକ ସନ୍ତୋଷ ସୁବୁଦ୍ଧି, ସାଇ ଆଇଟିଆଇ ଅଧ୍ୟକ୍ଷ ମଧୁସୂଦନ ମହାପାତ୍ର,ଡାଃ ପବିତ୍ର ସାହୁ, ପୁର୍ବତନ କାଉନସିଲର ଲିଙ୍ଗରାଜ ପାତ୍ର ଓ ଦିଲ୍ଲୀପ ଆଚାରୀ,ଛାତ୍ର ବିଜେଡି ସଭାପତି ମଣ୍ଟୁ ମହାପାତ୍ର,ବିଜେଡି ନାରୀ ନେତ୍ରୀ ଗୋଲାପ ରାଉତ,ଆଲୋକ ସାହାଣୀ ଶ୍ରୀ ସାହୁଙ୍କ ଅନ୍ତିମ ଦର୍ଶନ କରି ଶ୍ରଦ୍ଧାଞ୍ଜଳୀ ଜଣାଇଥିଲେ ।ତାଙ୍କ ମରଶରୀରକୁ ଏକ ପୁଷ୍ପମଣ୍ଡିତ ଯାନରେ ବେଲଗୁଣ୍ଠା ନଗର ପରିକ୍ରମା କରାଯାଇଥିଲା ।ବେଲଗୁଣ୍ଠା ଏନ୍.ଏ.ସି କାର୍ଯ୍ୟାଳୟଠାରେ ତାଙ୍କ ମରଶରୀରରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା ।ସେ ଜଣେ ରାଜନେତା ହେବା ସହ ମିଷ୍ଠଭାଷୀ,ପରୋପକାରୀ,ଧର୍ମପରାୟଣ ବ୍ୟକ୍ତି ଥିବାରୁ ତାଙ୍କ ମୃତ୍ୟୁରେ ବେଲଗୁଣ୍ଠା ତଥା ଆଖପାଖ ଅଞ୍ଚଳର ଗଭୀର ଶୋକର ଛାୟା ଖେଳିଯାଇଛି ।ବେଲଗୁଣ୍ଠା ଶ୍ମଶାନରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଥିବା ବେଳେ ଦ୍ୱିତୀୟ ପୁତ୍ର ତଥା ବେଲଗୁଣ୍ଠା ବିଜ୍ଞାନ ମହାବିଦ୍ୟାଳୟରେ ପୁର୍ବତନ ଅଧ୍ୟକ୍ଷ ପ୍ରଦ୍ୟୁମ୍ନ ମୁଖାଗ୍ନି ଦେଇ ଥିଲେ ।

LEAVE A REPLY

Please enter your comment!
Please enter your name here