ଭଞ୍ଜନଗର ଅଂଚଳରେ ସାର ପାଇଁ ଲୋକଙ୍କ ଲମ୍ବା ଧାଡି ; ସାର ନ ମିଳିବାରୁ କୃଷି ଅଧିକାରୀ ଙ୍କୁ ଘେରିଲେ ଚାଷୀ

0
426

ଭଞ୍ଜନଗର(ନିଲୁ ବିଶୋଇ) ଏ ଦୃଶ୍ୟ ହେଉଛି ଭଞ୍ଜନଗର ବ୍ଲକ ସାନକୋଦଣ୍ଡା ଗ୍ରାମ ପଂଚାୟତର ଯୋଗୀମାରି ଠାରେ ଥିବା ଆସ୍ଥାହୀ ସେବା ସମବାୟ ସମିତି ଆଗର ।ଆଜି ସାର ବିତରଣ କରାଯିବା ଖବର ପାଇବା ପରେ ଶହ ଶହ ସଂଖ୍ୟାରେ ଚାଷୀ ସାର ବିତରଣ କେନ୍ଦ୍ର ଆଗରେ ଭୋର ସକାଳ ୪ ଟା ସମୟ ରୁ ଲମ୍ବା ଧାଡି ଲଗାଇଥିଲେ। ମୋଟ ୨୨୫ ବସ୍ତା ସାର ଆସିଥିବା ରୁ ସବୁ ଚାଷୀ ଙ୍କ ପାଇଁ ସାର ଉପଲବ୍ଧ ନଥିବା କାରଣରୁ ଚାଷୀ ମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇ ଥିଲା।ବହୁ ସମୟ ଧରି ସେବା ସମବାୟ ସମିତି ସମ୍ପାଦକ ଓ କୃଷି ଅଧିକାରୀ ଙ୍କୁ ଚାଷୀ ମାନେ ଘେରାଉ କରି ରଖିବା ପରେ ମଧ୍ୟ ସାର ଦିଆଯାଇନଥିଲା। ଭିଡ଼ କୁ ଦେଖି ଘଟଣା ସ୍ଥଳରୁ ସମ୍ପାଦକ ଓ କୃଷି ଅଧିକାରୀ ମାନେ ପଳାଇବାରୁ ଚାଷୀ ମାନଙ୍କ ମଧ୍ୟରେ ଉତେଜନା ପ୍ରକାଶ ପାଇଥିଲା। ଖବର ପାଇ ଭଞ୍ଜନଗର ପୋଲିସ ପହଂଚି ଲୋକଙ୍କୁ ବୁଝା ସୁଝା କରିଥିଲା।ଚାଷୀ ମାନଙ୍କ ପାଇଁ ପର୍ଯ୍ୟାପ୍ତ ପରିମାଣର ସାର ଆସିବା ପରେ ଚାଷୀ ଙ୍କୁ ସାର ଯୋଗାଇ ଦେବା ପାଇଁ ପ୍ରତିଶ୍ରୁତି ମିଳିବା ପରେ ଚାଷୀ ମାନେ ଘରକୁ ଫେରିଥିଲେ।
ବର୍ତ୍ତମାନ ଜମି ରେ ସାର ପକାଇବା ସମୟ କିନ୍ତୁ ସାର ମିଳୁନି। ସାର ର ଅଭାବ ବିକ୍ରି କୁ ନେଇ ଚାଷୀ ମାନେ ଅସନ୍ତୋଷ ଜାହିର କରିଛନ୍ତି

LEAVE A REPLY

Please enter your comment!
Please enter your name here