ସବୁଜ ବାହିନୀର ବୃକ୍ଷରୋପଣ କାର୍ଯ୍ୟକ୍ରମ

0
363

ବ୍ରହ୍ମପୁର(ନ୍ୟୁଜଏକ୍ସଟ୍ରା) କନିଷି ବ୍ଲକ୍ ଅନ୍ତର୍ଗତ ଆମପୁର ଲଣ୍ଡା ପାହାଡ଼ରେ ବିଜେ କାଳୀ ଓ ଗୋକେଣ୍ଣଶ୍ୱର୍ ଶିବ ମନ୍ଦିର ଚର୍ତୁପାର୍ଶ୍ବରେ ବ୍ରହ୍ମପୁର ସବୁଜ ବାହିନୀ ତରଫରୁ ବୃକ୍ଷ ରୋପଣ ଓ ମୃତ୍ତିକା ମିଶ୍ରିତ ମଞ୍ଜି ଗୋଳା ନିକ୍ଷେପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
ସଂସ୍ଥା ପକ୍ଷରୁ ପୀଜୁଳି,ବାହାଡା,ଶାହାଡା,ନର କୋଳି, ଜାମ କୋଳି ବେଲ,ପଣସ, ସିତା ଫଳ, ଡାଳିମ୍ବ, ବାଦାମ, ଗୁଆ ଏମିତି ବିଭିନ୍ନ କିସମର ପଚାଶ ଗୋଟି ଚାରା ରୋପଣ କରାଯାଇଥିଲା । ତା ସହିତ ବିଭିନ୍ନ ରକମର ମୋଞ୍ଜି କୁ ପାହାଡ ଆଖ ପାଖରେ ଫପାଡା ଯାଇଥିଲା
ଏହି କାର୍ଯ୍ୟକ୍ରମରେ ସଭାପତି ଶିବରାମ ପାଣିଗ୍ରାହୀ,ଏ ପ୍ରକାଶ ,ଶିବରାମ ବେହେରା ,ମହନ୍ତ ନିତ୍ୟଗୋପାଳ ଦାସ୍,ପ୍ରସନ୍ନ କୁମାର ସ୍ବାଇଁ , ପ୍ରଣୟ କୁମାର ସାହୁ, ଓ ଅନ୍ୟ ମେମ୍ବର ମାନେ ମଧ୍ୟ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ଏବଂ ଏଥିରେ ଗ୍ରାମ ବାସିନ୍ଦା ମାନେ ଉପସ୍ଥିତ ରୋହି ସହଯୋଗର ହାତ ବଢ଼ାଇ ଥିଲା

LEAVE A REPLY

Please enter your comment!
Please enter your name here